ଦୀର୍ଘ ୬ ମାସ ପରେ ବିମାନ ମିଗ୍-୨୧ରେ ଉଡ଼ାଣ ଭରିଲେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ, ପୁଣି ନୂଆ ଲକ୍ଷ୍ୟ,

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ୨|୯: ପାକିସ୍ତାନର ଲଡ଼ୁଆ ବିମାନ ଏଫ-୧୬କୁ ଆକାଶ ମାର୍ଗରୁ ଧ୍ବଂସକରି ତଳକୁ ଖସାଇ ପକାଇଥିବା ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ପୁଣି ଡ୍ୟୁଟିରେ ଯୋଗ ଦେଇଛନ୍ତି।  ଦୀର୍ଘ ୬ ମାସ ପରେ ସୋମବାର ଦିନ ପଠାନକୋଟ୍‌ ଏୟାରବେସ୍‌ରେ ମିଗ୍‌-୨୧ ବିମାନର ଉଡାଣ ଭରିଛନ୍ତି। ବାୟୁସେନାର ମୁଖ୍ୟ ମାର୍ଶଲ ବିଏବସ ଧନାଓ ଙ୍କ ସହ ଅଭିନନ୍ଦନ ଉଡାଣ ଭରିଥିଲେ। କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଥିବା ସମୟରେ ପୁଣି ମୈଦାନକୁ ଆସିଛନ୍ତି ଅଭିନନ୍ଦନ। ଅଭିନନ୍ଦନ କହିଛନ୍ତି, କାଶ୍ମରର ଭାରତର ଥିଲା ଏବଂ ଆଗକୁ ମଧ୍ୟ ରହିବ। ପାକିସ୍ତାନ ଜାଣିଶୁଣି ବିବାଦ ଘେର ଭିତରକୁ ଆସୁଛି। ଯଦି ପାକିସ୍ତାନ ଏପରି ଶତ୍ରୁତା ଆଚରଣ କରେ ତେବେ ପୁଣି ଲକ୍ଷ୍ୟ ନୂଆ ହେବ ବୋଲି ଅଭିନନ୍ଦନ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୩୦ ତାରିଖରେ ବାୟୁସେନାରର ମୁଖ୍ୟ ମାର୍ଶଲ କାର୍ଯ୍ୟରୁ ଅବସର ନେବେ। ୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧରେ ସେ ମିଗ୍-୨୧ ବିମାନ ଉଡାଣ କରିଥିଲେ। ବିମାନ ମିଗ୍‌-୨୧ ଏକ ଟ୍ରେନର ଭର୍ସନ। ବାୟୁସେନାରେ ଏହା ଏକ ଲଡ଼ୁଆ ବିମାନ ଯାହା ଦ୍ବାରା ପାକିସ୍ତାନର ଏଫ-୧୬ ବମାନକୁ ମାରି ଧ୍ବଂସ କରିଥିଲା।

ପୁଲଓ୍ବାମା ଆକ୍ରମଣରେ ଭାରତର ୪୦ ଯବାନ ବୀର ଯବାନଙ୍କ ସହିଦ ହୋଇଥିଲେ। ଭାରତୀୟ ବାୟୁସେନାର ପାକିସ୍ତାନକୁ କଢ଼ା ଜବାବ ଦେଇଥିଲା।  ପାକିସ୍ତାନ ବାଲାକୋଟ ଉପରେ ବାୟୁସେନା ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବାଲାକୋଟ ଧ୍ବଂସ ହେବା ସହ ୩୦୦ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ବାଲାକୋଟ ଉପରେ ଆକ୍ରମଣ କରିବା ସମୟରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ଯବାନଙ୍କ କବଜାରେ ପଡିଯାଇଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.