Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପାକିସ୍ତାନର ଟିଭିରେ ଘୃଣ୍ୟ ବିଜ୍ଞାପନ ; ବିଶ୍ୱକପ ସହ ଯୋଡି ଅଭିନନ୍ଦନଙ୍କୁ କରାଯାଇଛି ପରିହାସ, ଦେଖନ୍ତୁ ବିଜ୍ଞାପନ

11/06/2019 at 4:57 PM

ନୂଆଦିଲ୍ଲୀ ୧୧/୬ : ପାକିସ୍ତାନ ଯେବେଯେବେ ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିଛି ତାକୁ କଡା ଜବାବ ମିଳିଛି । ପାକିସ୍ତାନ ପ୍ରତ୍ୟେକଥର ଭାରତ ଠାରୁ ପରାସ୍ତ ହୋଇଛି । ଏଥର ମଧ୍ୟ ପାକିସ୍ତାନର ସେହିଭଳି ଅବସ୍ଥା ହେବ ବୋଲି କ୍ରିକେଟପ୍ରେମୀ କହୁଛନ୍ତି । ଭାରତ ପାକିସ୍ତାନ ମ୍ୟାଚ ସମୟରେ ଟିଭିରେ ଭାରତ ପାକିସ୍ତାନ କ୍ରିକେଟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ବିଜ୍ଞାପନ ମଧ୍ୟ ଆସିଥାଏ । ଏଥର ପାକିସ୍ତାନ ଏକ ନିହାତି ଖରାପ ବିଜ୍ଞାପନ ତିଆରି କରିଛି । ଏହି ବିଜ୍ଞାପନ ପାକିସ୍ତାନର ନିମ୍ନ ଚିନ୍ତାଧାରାକୁ ସଫାସଫା ଦର୍ଶାଉଛି । ଏହି ବିଜ୍ଞାପନ ମାଧ୍ୟମରେ ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ପରିହାସ କରିଛି ପାକିସ୍ତାନ ।

ଵାଲାକୋଟ ଏୟାର ଷ୍ଟ୍ରାଇକ ପରେ ଅଭିନନ୍ଦନଙ୍କ ବିମାନ ପାକିସ୍ତାନ ସୀମାରେ ଧ୍ବଂସ ହୋଇଯାଇଥିଲା । ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ବନ୍ଦୀ କରି ରଖିଥିଲା । ବନ୍ଦୀ କରିଥିବା ସମୟରେ ପାକିସ୍ତାନ ତାଙ୍କୁ ଚା ପିଇବାକୁ ଦେଇଥିଲା ଏବଂ ଚାର ସ୍ୱାଦ କେମିତ ଅଛି ବୋଲି ପ୍ରଶ୍ନ କରିଥିଲା । ଠିକେ ସେହିଭଳି ଏକ ବିଜ୍ଞାପନ ତିଆରି କରିଛି ପାକିସ୍ଥାନ । ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଚାର ସ୍ୱାଦ କଥା ପଚାର ଯାଉଛି । ପୁଣି ସେହି ବ୍ୟକ୍ତିଟିକୁ ଅଭିନନ୍ଦନଙ୍କ ଭଳି ଲୁକ ଦିଆଯାଇଛି । ଅଭିନନ୍ଦନଙ୍କ ନିଶ ଭଳି ବ୍ୟକ୍ତିଙ୍କର ମଧ୍ୟ ନିଶ ରଖାଯାଇଛି ଯିଏ ଏହି ବିଜ୍ଞାପନ କରିଛନ୍ତି । ଏହାସହ ବ୍ୟକ୍ତି ଜଣକ ଭାରତ କ୍ରିକେଟ ଟିମ୍ ଜର୍ସି ଭଳି ନୀଳ ଜର୍ସି ମଧ୍ୟ ପିନ୍ଧିଛନ୍ତି । ବିଜ୍ଞାପନରେ ଉକ୍ତ ବ୍ୟକ୍ତିଙ୍କ ହାତରେ ଚା କପି ଅଛି ।

ବିଜ୍ଞାପନରେ ଉକ୍ତ ବ୍ୟକ୍ତିଙ୍କୁ ପ୍ରଶ୍ନ କରାଯାଉଛି ଯେ, ଭାରତ ପାକିସ୍ତାନ ମଧ୍ୟରେ ହେବାକୁଥିବା ମ୍ୟାଚରେ ଭାରତୀୟ ଟିମର ପ୍ଲାନିଂ ୧୧ କଣ ? ଏହି ପ୍ରଶ୍ନର ଜବାବ ଦକ୍ଷିଣ ଭାରତୀୟ ଅନ୍ଦାଜରେ ଦେଇଛନ୍ତି ଉକ୍ତ ବ୍ୟକ୍ତି । 

   Related Posts