ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ, କଣ୍ଟେନର ଖାଲି କିନ୍ତୁ ଉପରେ ବନ୍ଧା ହୋଇଥିଲା ପଲିଥିନ : ୮ କ୍ୱିଣ୍ଟାଲର ସବୁଜ ଜହର ଜବତ

Published By : Prameya-News7 Bureau | June 05, 2021 IST

ଲମତାପୁଟ. ୦୫।୦୬: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଲମତାପୁଟ ପୋଲିସ । କୋରାପୁଟ ଜିଲ୍ଲା ଶଗର ଅଞ୍ଚଳରୁ ବିପୁଳ ଗଞ୍ଜେଇ ଜବତ କରିଛି ଲମତପୁଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶକ୍ରମେ ଏସଡ଼ିପିଓଙ୍କ ନେତୃତ୍ଵ ରେ ଦୁଇଟି ଟିମ ଗଠନ କରି ତୁସୁବା ଗାଁ ନିକଟରେ ନାକା ବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ ।

ଏହି ସମୟରେ ଶଗର ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା କେଣ୍ଟେନରକୁ ଅଟକାଇଥିଲା ପୋଲିସ । କିନ୍ତୁ କେଣ୍ଟେନର ପୁରା ଖାଲି ଥିବା ଦେଖି ପୋଲିସ ପ୍ରଥମେ ଗାଡିକୁ ଛାଡି ଦେଉଥିଲା କିନ୍ତୁ କଣ୍ଟେନର ଉପରେ ପଲିଥିନ ବନ୍ଧା ହୋଇଥିବା ଦେଖି ସନ୍ଦେହ ବଢିଥିଲା । କଣ୍ଟେନରକୁ ତନ୍ନତନ୍ନ କରି ଯାଞ୍ଚ କରିବା ବେଳେ କେଣ୍ଟେନର ଛାତରେରେ ସ୍ଵତନ୍ତ୍ର ଚାମ୍ବର ଭିତରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା କଣ୍ଟେନରକୁ ଜବତ କରିଛି ପୋଲିସ । ଏଥି ସହିତ ୨ ଜଣ ମଫିଆଙ୍କୁ କାବୁ କରିଥିଲା ପୋଲିସ । ଏହି ଟ୍ରକ ରେ ୩୨ ଟି ବସ୍ତାରେ ପ୍ରାୟ ୮ କୁଇଣ୍ଟା୩ ୦ କେଜି ଗଞ୍ଜେଇ ଥିଲା ।

ଏହାର ମୂଲ୍ୟ ପ୍ରାୟ ୮୩ ଲକ୍ଷ ଟଙ୍କାର ହେବ ବୋଲି ନନ୍ଦପୁର ଏସଡ଼ିପିଓ ସଞ୍ଜୟ ମହାପତ୍ର କହିଛନ୍ତି । ଗିରଫ ଗଞ୍ଜେଇ ମଫିଆମାନେ ଉତ୍ତରପ୍ରଦେଶ ଅଞ୍ଚଳର ସୁନିଲ କୁମାର ଏବଂ ଅଙ୍କିତ ସିଂହ । ଲକଡାଉନ୍ ସମୟରେ ବାହାର ରାଜ୍ୟର ଗଞ୍ଜେଇ ମାଫିଆ ସକ୍ରିୟ ଥିବା ନେଇ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.