କଟକ ୦୪।୦୪ : ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ହିଁ ହିନ୍ଦୁ ନାରୀର ସ୍ବାମୀ ପାଇଁ ପ୍ରତୀକ । ହେଲେ ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ପିନ୍ଧି ଛଅ ମାସ ହେବ ସ୍ବାମୀଙ୍କୁ ଦେଖିନାହାଁନ୍ତି ବାରଙ୍ଗ ବ୍ଲକ ଅନ୍ତର୍ଗତ ସାଇଁଶୋ ଗ୍ରାମର ଜୟନ୍ତୀ ମହାପାତ୍ର । କେବଳ ପତ୍ନୀ ଜୟନ୍ତୀ ନୁହଁନ୍ତି ବରଂ ତାଙ୍କ ଶାଶୁ ମଧ୍ୟ ଅଭିମନ୍ୟୁଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ଠିକ୍ ସେହିପରି ବାପାଙ୍କ ଆସିବା ରାସ୍ତାକୁ ଅନାଇ ବସିଛନ୍ତି ଦୁଇ ଛୋଟ ଝିଅ।
{"id":432960,"sizeSlug":"large","linkDestination":"none"}ଖବର ଅନୁଯାୟୀ, କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ସାଇଁଶୋ ଗାଁର ଅଭିମନ୍ୟୁ ମହାପାତ୍ର ଗତ ଅଗଷ୍ଟ ୩୧ ତାରିଖ ରାତି ୮ଟାରେ କୌଣସି କାମ ପାଇଁ ନିଜ ବୁଲେଟ ଧରି ଦେବୀ ନଦୀ ଆରପଟ ୪୨ ମୌଜାକୁ ଯାଇଥିଲେ । ରାତି ୯ଟାରେ ତାଙ୍କ ଘରକୁ ଖବର ଆସିଲା କି ନଦୀ ପୋଲ ଉପରେ ବୁଲେଟ ଅଛି, ହେଲେ ଅଭିମନ୍ୟୁ ନାହାଁନ୍ତି । ନଦୀରେ ମଧ୍ୟ ସେହି ପ୍ରବଳ ପାଣି ଥାଏ । ପରିବାର, କଟକ ସଦର ପୋଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ପହଞ୍ଚି ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଅଭିମନ୍ୟୁଙ୍କ ସନ୍ଧାନ ମିଳିନଥିଲା । ସଦର ପୋଲିସ ସେହିଦିନ ଗୋଟିଏ ମିସକେଶ ରୁଜୁ କରିଥିଲା ।
{"id":432961,"sizeSlug":"large","linkDestination":"none"}ତେବେ ରିତିନୀତି ଅନୁଯାଇ ସ୍ବାମୀଙ୍କ ମୃତ ଦେହ ନଦେଖିବା ପର୍ଯ୍ୟନ୍ତ ସ୍ତ୍ରୀ ବିଧବା ହୋଇପାରିବନାହିଁ । ହେଲେ ଏଭଳି ପରମ୍ପରା ଗୋଟିଏ ମା ଓ ଗୋଟେ ସ୍ତ୍ରୀକୁ ପ୍ରତି ମୁହୂର୍ତ୍ତରେ କଷ୍ଟ ଦେଇ ଚାଲିଛି । ଗୋଟେ ମା ହେଉ କି ସ୍ତ୍ରୀ ଯେତେ କଷ୍ଟ ଲାଗିଲେବି ସହିବାକୁ ବାଧ୍ୟ ହେଉଛନ୍ତି । ସେପଟେ ଜୟନ୍ତିଙ୍କ ଦୁଇ ଛୋଟ ଝିଅ ବାପାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି । ବଡ଼ ଝିଅ ଆଖିରୁ ଲୁହ ଝରାଇ ‘ମୋ ବାପାଙ୍କୁ ଆଣି ଦିଅ’ ବୋଲି କହୁଛି ।