Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ସର୍ବକନିଷ୍ଠ ଗ୍ରାଣ୍ଡ୍ ମାଷ୍ଟର ହେଲେ ୧୨ ବର୍ଷୀୟ ଅଭିମନ୍ୟୁ, ୧୯ ବର୍ଷ ପରେ ଭାଙ୍ଗିଲେ ରେକର୍ଡ

1/07/2021 at 2:18 PM

ନୂଆଦିଲ୍ଲୀ, ୦୧ ।୦୭: ବିଶ୍ୱ  ଚେସ୍‌ରେ ନୂଆ ଇତିହାସ ରଚିଛନ୍ତି  ଆମେରିକାର ଭାରତୀୟ ବଂଶଦ୍ଭବ  ଅଭିମନ୍ୟୁ ମିଶ୍ର । ମାତ୍ର ୧୨ ବର୍ଷ ୪ ମାସ  ୨୫ ଦିନରେ ଗ୍ରାଣ୍ଡମାଷ୍ଟର ହେବାର ଗୌରବ  ଅର୍ଜନ କରିଛନ୍ତି । ଏଥିସହିତ ଏହି ବିସ୍ମୟ  ବାଳକ ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର  ହେବାର ସୌଭାଗ୍ୟ ଲାଭ କରିଛନ୍ତି ।  ପୂର୍ବରୁ ୟୁକ୍ରେନର ସର୍ଜେ  କାରଜାକିନଙ୍କ ନାମରେ ଏହି ରେକର୍ଡ  ରହିଥିଲା ।

ସେ ୧୯୯୦ ମସିହାରେ ୧୨  ବର୍ଷ ୭ ମାସରେ ଗ୍ରାଣ୍ଡମାଷ୍ଟର  ହୋଇଥିଲେ । ଏହି ରେକର୍ଡକୁ ଆଜି  ଅଭିମନ୍ୟୁ ଭଙ୍ଗ କରିଛନ୍ତି ।  ବୁଦେପେଣ୍ଟରେ ଚାଲିଥିବା ଜିଏମ୍‌  ଟୁର୍ଣ୍ଣାମେଣ୍ଟରେ ଅଭିମନ୍ୟୁ ଭାରତୀୟ ଜିଏମ୍‌ ଲିଓନ ମେଣ୍ଡନକାଙ୍କୁ ପରାଜିତ କରି  ତୃତୀୟ ଜିଏମ୍‌ ନର୍ମ ହାସଲ କରିଥିଲେ ।  ଗତ ମାର୍ଚ୍ଚ ମାସରେ ସେ ୨୪୦୦ ପଏଣ୍ଟ ଅତିକ୍ରମ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେ ୧୦୦ ଇଏଲ୍‌ଓ ପଏଣ୍ଟ ଓ  ତୃତୀୟ ଜିଏମ୍‌ ନର୍ମ ଆବଶ୍ୟକ  କରୁଥିଲେ । ଗତ ଏପ୍ରିଲ ମାସରେ ପ୍ରଥମ  ଜିଏମ୍‌ ନର୍ମ ଏବଂ ଦ୍ୱିତୀୟ ନର୍ମ ଗତ ମେ’ମାସରେ ହାସଲ କରିଥିଲେ । ଭାରତୀୟ  ବଂଶଦ୍ଭବ ଅଭିମନ୍ୟୁ ନ୍ୟୁଜର୍ସିରୁ ପ୍ରତିନିଧିତ୍ୱ କରୁଛନ୍ତି । ବାପାଙ୍କ ନାମ  ହେମନ୍ତ ଏବଂ ମାଆଙ୍କ ନାମ ସ୍ୱାତି ।

   Related Posts