ମହଙ୍ଗା ପଡିଲା ଛେଳି ଚୋରୀ, ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Published By : Prameya-News7 Bureau | October 14, 2020 IST

ପାଟଣା ୧୪।୧୦: ଚାରି ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତୁରୁମୁଙ୍ଗା ଥାନା ପୋଲିସ । ସମସ୍ତଙ୍କୁ ଛେଳି ଚୋରି ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦେଇପଶି ଗାଁର ଜଗବନ୍ଧୁ ନାୟକ, ସରୋଜ ନାୟକ, ପିଙ୍କୁ ନାୟକ ଓ ଡେଣୁଆ ଗାଁର ପରମା ଦାସ ।  

{"id":344261,"sizeSlug":"large"}

ଛେଳି ଚୋରି ନେଇ ତୁରୁମୁଙ୍ଗା ଥାନା କେନ୍ଦେଇପଶି ଗାଁର ଚନ୍ଦ୍ରକାନ୍ତ ନାଏକଙ୍କ ଅଭିଯୋଗ ପରେ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୋମବାର ରାତିରେ ଚାରିଜଣ କାଶିପୁର ଗାଁରେ ଛେଳି ଚୋରି କରୁଥିବା ବେଳେ ଗାଁ ଲୋକେ ଧରି ଟ୍ରାଫିକ ପୋଷ୍ଟରେ ବାନ୍ଧି ନିର୍ଧୁମ ପିଟିଥିଲେ । ଏହାପରେ ଚୋରଙ୍କୁ ପୁଲିସ ଜିମାରେ ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.