ମାନସିକ ପୁରଣ ନ ହେବାରୁ ଭଗବାନଙ୍କ ଉପରେ ପ୍ରତିଶୋଧ ନେଲା ଅଭିଯୁକ୍ତ; ମନ୍ଦିରରେ ପସି ଭାଙ୍ଗିଦେଲା ମୁର୍ତ୍ତି...

Published By : Prameya-News7 Bureau | May 24, 2022 IST

ନୋଏଡ଼ା ୨୪/୦୫ : ମାନସିକ ପୁରଣ ନେହେବାରୁ ଭଗବାନଙ୍କ ଉପରେ ରାଗି ଜଣେ ଯୁବକ ମନ୍ଦିରରେ ଥିବା ଦେବୀ ଦେବତାଙ୍କ ମୁର୍ତ୍ତିକୁ ଛେଣି ହାତୁଡ଼ିରେ ଭାଙ୍ଗି ଦେଇଛି। ଘଟଣାର ସୂଚନା ପାଇବା ମାତ୍ରେ ନୋଏଡ଼ା ପୋଲିସ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ମୂଳତଃ ମଧ୍ୟପ୍ରଦେଶ ଜିଲ୍ଲା ଛତରପୁରର ବାସିନ୍ଧା ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଅଭିଯୁକ୍ତର ପରିବାର ସଦସ୍ୟ ରୋଗରେ ପିଡ଼ୀତ ଥିବାରୁ ତାଙ୍କର ସୁସ୍ଥତା କାମନା କରି ଅଭିଯୁକ୍ତ ଜଣଙ୍କ ଭଗବାନଙ୍କ ପାଖରେ ପୂଜା ପାଠ କରିଥିଲା। କିନ୍ତୁ ଏହାର କିଛି ସୁଫଳ ନମିଳିବାରୁ ଅଭିଯୁକ୍ତ ଜଣଙ୍କ ରାଗି ଏକ ମନ୍ଦିରରେ ଲାଗିଥିବା ଦେବୀ ଦେବତାଙ୍କ ମୁର୍ତ୍ତିକୁ ଭାଙ୍ଗି ଦେଇଥିଲା।  

ଅଭିଯୁକ୍ତର ପରିଚୟ ବିନୋଦ ହୋଇଥିବା ବେଳେ ସେ ବିଟା-୨ ଥାନା ଗୌତମ ବୁଦ୍ଧ ନଗର ସେକ୍ଟର-୩୭ର  ବାସିନ୍ଦା ବୋଲି ଜଣାପଡ଼ିଛି। ବିନୋଦ ମୂଳତଃ ମଧ୍ୟପ୍ରଦେଶ ଛତରପୁରର ବାସିନ୍ଦା ବୋଲି କୁହାଯାଇଛି।

ମଙ୍ଗଳବାର ପୋଲିସ କହିଛି ଗ୍ରେଟର ନୋଏଡ଼ାର ବିଟା୨ ଥାନା ପୋଲିସ ଦ୍ୱାରା ଧାର୍ମିକ ପିଠରେ ଦେବୀ ଦେବତାଙ୍କ ମୁର୍ତ୍ତିକୁ ଭାଙ୍ଗିବା ଓ ଧାର୍ମିକ ଭାବନାରେ କ୍ଷତି ପହଞ୍ଚାଇବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୋଲିସ ଅଭିଯୁକ୍ତ ଠାରୁ ମୁର୍ତ୍ତି ଭାଙ୍ଗିବାରେ ବ୍ୟବହାର ହୋଇଥିବା ହାତୁଡ଼ି ଓ ଛେଣିକୁ ଜବତ କରିଛି।  ପୋଲିସ ଅଭିଯୁକ୍ତକୁ ୩୬-୩୭ ସେକ୍ଟର ଛକ ପାଖରୁ ପାଖରୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.