ଅଭିଯୁକ୍ତ ବଖାଣିଲା ହତ୍ୟା ପଛର କାହାଣୀ: କହିଲା, 'ଠାକୁର ମୋତେ ସ୍ବପ୍ନରେ କହିଥିଲେ'

Published By : Prameya-News7 Bureau | September 19, 2020 IST

ବାଲେଶ୍ବର୧୯/୯: ୭ ବର୍ଷର ଶିଶୁକୁ ହତ୍ୟା କରିଥିବା ଅଭିଯୁକ୍ତ ଗିରଫ। କିପରି ହତ୍ୟା କରିଥିଲା, ସେହି ସଂପର୍କରେ ବର୍ଣ୍ଣନା କଲା ହତ୍ୟାକାରୀ। ଦୀର୍ଘ ୭ ଦିନ ପରେ ଅଭିଯୁକ୍ତକୁ ଗିରଫ କଲା ପୁଲିସ୍‌। ଅନ୍ଧ ବିଶ୍ବାସରେ ବଶବର୍ତ୍ତି ହୋଇ ଶିଶୁକୁ ହତ୍ୟା କରିଥିବା ଅଭିଯୁକ୍ତ ନିଜ ମୁହଁରେ ବଖାଣିଲା। କହିଲା, ହତ୍ୟା କରିବା ଲାଗି ଠାକୁର ତାଙ୍କୁ ସ୍ବପ୍ନାଦେଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲା, ନାବାଳକକୁ ହତ୍ୟା କଲେ ତା ବୋହୂଙ୍କୁ ସନ୍ତାନ ପ୍ରାପ୍ତି ହେବ।

ଗତ ୧୪ ତାରିଖରେ ବେକରେ ଦଉଡି ବାନ୍ଧି ୭ ବର୍ଷ ଶିଶୁକୁ ହତ୍ୟା କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅଧିନ ଗୋପାଳପୁର ଫାଣ୍ଡି ନୂଆପୁର ଧଇଁଆ ସାହିର ଟିକିଲି ମଲ୍ଲିକଙ୍କ ୭ ବର୍ଷର ପୁଅ ହିମାଂଶୁ ନିଖୋଜ ହୋଇଯାଇଥିଲା।  ଗାଁ ଲୋକେ ଖୋଜାଖୋଜି କରି ହିମାଂଶୁକୁ ନପାଇବାରୁ ଅଜା ରମାକାନ୍ତ ମଲ୍ଲିକ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲା। ସକାଳୁ ହିମାଂଶୁର ମା କାର୍ଯ୍ୟ କରୁଥିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଫେରି ଗାଁ ଲୋକଙ୍କ ସହ ମିଶି ହିମାଂଶୁକୁ ଖୋଜି ଥିଲେ। ଘର ଠାରୁ ମାତ୍ର ୩୦୦ ମିଟର ଦୂର ପୋଖରୀରୁ ହିମାଂଶୁର ଶବ ଉଦ୍ଧାର କରାଯାଇଥିଲା। ହିମାଂଶୁର ଶବ ଉଦ୍ଧାର ପରେ ତା ବେକରେ ଏକ ପ୍ଲାଷ୍ଟିକ ଦଉଡି ବନ୍ଧା ଯାଇଥିଲା।

ମୁତାବକ ହିମାଂଶୁର ଘର ଠାରୁ ୫୦୦ ମିଟର ଦୂର ମଶାଣି ଠାରେ ହିମାଂଶୁର ରକ୍ତଭିଜା ପ୍ୟାଣ୍ଟକୁ ଗାଁ ଲୋକେ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ। ହିମାଂଶୁର ମା ଟିକିଲି ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସେହି ଗୋପାଳପୁର ଫାଣ୍ଡି ନୂଆଗାଁରେ ଅଭିଯୁକ୍ତ ଲକ୍ଷ୍ମୀଧର ମଲ୍ଲିକକୁ ପୁଲିସ ଗିରଫ କରିବା ପରେ ନାବାଳକକୁ ହତ୍ୟା କରିଥିବା ସ୍ବିକାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.