Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଓଡିଆ ବନ୍ଧୁଙ୍କ ପାଇଁ ନୋବେଲ୍‌ ବିଜେତା ଅଭିଜିତ୍‌ ଯାଇଥିଲେ ଜେଲ୍‌-ଜାଣନ୍ତୁ କାହିଁକି

15/10/2019 at 5:39 PM

ନୂଆଦିଲ୍ଲୀ – ଭରତୀୟ ବଂଶୋଦ୍ଭବ ଅଭିଜିତ୍‌ ବାନାର୍ଜୀ ଚଳିତ ବର୍ଷ ନୋବେଲ୍‌ ପୁରସ୍କାର ପାଇବେ । ସେ ଜବାହାରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟରେ ପାଠ ପଢିବା ବେଳଠାରୁ ଚର୍ଚ୍ଚାରେ ଥିଲେ । ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢିବା ବେଳେ ସେ ତିହାର ଜେଲ୍‌କୁ ଯାଇଥିଲେ । ସେହି ସମୟରେ ପ୍ରଥମ ଥର ପାଇଁ ବାମ ସମର୍ଥିତ ପ୍ରାର୍ଥୀମାନଙ୍କୁ ଜେଏନ୍‌ୟୁରେ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । ସେହି ସମୟରେ ଜେଏନ୍‌ୟୁ ସଭାପତି ଏନ୍‌ଆର୍‌ ମହାନ୍ତିଙ୍କୁ କ୍ୟାମ୍ପସରୁ କାଢି ଦିଆଯାଇଥିଲା । ଏହାକୁ ଅଭିଜିତ୍‌ ବାନାର୍ଜୀଙ୍କ ସହ ଅନ୍ୟ କେତେଜଣ ଛାତ୍ର ବିରୋଧ କରିଥିଲେ ।
ଜେଏନ୍‌ୟୁକୁ ବାମପନ୍ଥୀଙ୍କ ଗଡ ବୋଲି ମାନ୍ୟତା ରହି ଆସିଛି । ୧୯୮୨-୮୩ରେ ଛାତ୍ର ସଂଘ ନିର୍ବାଚନରେ ଏଠାରେ ବାମ ସମର୍ଥିତ ଏଆଇଏସ୍‌ଏ କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏଥିପାଇଁ ଜେଏନ୍‌ୟୁ ପ୍ରଶାସନ ଖୁସୀ ନଥିଲେ । ଲେଖକ ତଥା ଓଡିଆ ଛାତ୍ର ଏନ୍‌ଆର୍‌ ମହାନ୍ତି ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଜେଏନ୍‌ୟୁରେ ପ୍ରବଳ ବିରୋଧ କରାଯାଉଥିଲା । ଅଭିଜିତ୍‌ ବାନାର୍ଜୀ ଖୋଲାଖୋଲି ଭାବେ ଏନ୍‌ଆର୍‌ ମହାନ୍ତିଙ୍କ ସମର୍ଥନ କରିବା ସହ ତାଙ୍କ ପାଇଁ ବାହାରିଥିଲେ ।ଏନ୍‌ଆର୍‌ ମହାନ୍ତିଙ୍କ ପାଇଁ ବିରୋଧ ପ୍ରଦର୍ଶନ କରି ସେ ଜେଲ୍‌ ଯାଇଥିଲେ । ସେହି ସମୟରେ ଜେଏନ୍‌ୟୁରେ ଯୋଗେନ୍ଦ୍ର ଯାଦବ , ସିନ୍ଧୁ ଝା, ସୁନୀଲ ଗୁପ୍ତା ଓ ସିପିଆଇ ନେତା ଏସ୍‌ଏମ୍‌ ମାଲାକର ଛାତ୍ର ରାଜନୀତିରେ ସକ୍ରିୟ ଥିଲେ ।

ଜେଏନ୍‌ୟୁ ପ୍ରଶାସନ କିଛି ଛାତ୍ରଙ୍କୁ ଛାତ୍ରାବାସ ବା ହଷ୍ଟେଲରୁ କାଢି ଦେଇଥିବା କଥା ଏନ୍‌ଆର୍‌ ମହାନ୍ତି ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ଏହାକୁ ନେଇ ଜେଏନ୍‌ୟୁରେ ଅସନ୍ତୋଷ ଦେଖା ଦେଇଥିଲା । କୁଳପତିଙ୍କୁ ବି ଛାତ୍ର ନେତା ଦେଖା କରିଥିଲେ । ମାତ୍ର କୁଳପତି , ଛାତ୍ରମାନେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା କଥା କହିଥିଲେ। ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ର ନେତାମାନେ ଅଡି ବସିଥିଲେ । ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଜଣେ ଅଧ୍ୟାପକଙ୍କ କାଢିବା ପାଇଁ କିଛି ଛାତ୍ର ବିରୋଧ ପ୍ରଦର୍ଶନ କରିଥିଲେ । ପ୍ରଶାସନ ଛାତ୍ରମାନଙ୍କ ରୁମ୍‌କୁ ତାଲା ପକାଇ ଦେଇଥିଲା ।
ଏହାପରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ତାଲା ଭାଙ୍ଗ ରୁମ୍‌ରେ ପ୍ରବେଶ କରିଥିଲେ । କୁଳପତିଙ୍କୁ ବି ଘେରାଉ କରିଥିଲେ। ଏହାପରେ ପୁଲିସ ଏନ୍‌ଆର ମହାନ୍ତିଙ୍କ ସହ ଅଭିଜିତ୍‌ ବାନାର୍ଜୀ ଓ କିଛି ଛାତ୍ରଙ୍କୁ ଗିରଫ କରି ନେଇ ଯାଇଥିଲା । ପ୍ରାୟ ୭୦୦ ଛାତ୍ରଛାତ୍ରୀ ଜେଲ୍‌ ଯାଇଥିଲେ । ସେମାନଙ୍କ ମଧ୍ୟରେ ୨୫୦ ଜଣ ଛାତ୍ରୀ ଥିଲେ । ଅଭିଜିତ୍‌ ବାନାର୍ଜୀ ତାଙ୍କ ଠାରୁ ସାନ ଥିଲେ , ମାତ୍ର ସମ୍ପୂର୍ଣ୍ଣ ଭାବେ ସେ ଏନ୍‌ଆର୍‌ ମହାନ୍ତିଙ୍କୁ ସମର୍ଥନ ଦେଉଥିଲେ । ଏଥିପାଇଁ ସେ ତିହାର ଜେଲ୍‌ ଯାଇଥିଲେ ।
ମାତ୍ର ଅଭିଜିତ୍‌ ବାନାର୍ଜୀ କୌଣସି ୟୁନିଅନ୍‌ରେ ନଥିଲେ ବୋଲି ଆଜତକକୁ ଦେଇଥିବା ସାକ୍ଷାତକାରରେ ଏନ୍‌ଆର୍‌ ମହାନ୍ତି କହିଛନ୍ତି ।

   Related Posts