ସାହସ ଦେଖାଇ ଲୁଟେରାକୁ କାବୁ କରିଥିବା ଅଭିଜିତାଙ୍କୁ ପୋଲିସ କମିସନର କଲେ ସମ୍ବର୍ଦ୍ଧିତ, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା, ସବୁଠୁ ମିଳୁଛି ସାବାସି

Published By : Prameya-News7 Bureau | February 23, 2019 IST

ଭୁବନେଶ୍ବର୨୩|୨: ସାହାସ ଦେଖାଇ ଚେନ ଲୁଟେରାକୁ କାବୁ କରିଥିବା ଭୁବନେଶ୍ବର ଜିଜିପି କଲୋନୀ ମଳୟ ବିହାରର ଅଭିଜିତା ମହାପାତ୍ରଙ୍କୁ ପୋଲିସ କମିସନର ସାବାସି ଦେବା ସହ ସମ୍ବର୍ଦ୍ଧିତ କରିଛନ୍ତି । ନଗଦ ୫୦୦୦ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି । କେବଳ ସେତିକି ନୁହେଁ ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ କରି ଅଭିଜିତାଙ୍କୁ ପ୍ରଶଂସା କରିଛନ୍ତି ।

{"id":87994}

ସୂଚନାଯୋଗ୍ୟ ଯେ, ଆଜି ଦିନ ୧୧ଟା ବେଳେ ଅଭିଜିତା ମହାପାତ୍ର ନିଜ ଝିଅକୁ ସାଂଗ ଘରୁ ଆଣିବା ପାଇଁ ଯାୁଥିବାବେଳେ ଜିଜିପି କଲୋନୀରେ  ବାଇକ ଆସି ଦୁଇଜଣ ଲୁଟେରା ତାଙ୍କ ଚେନ ଛଡାଇ ନେବାକୁ ଉଦ୍ୟମ କରିଥିଲେ । ହେଲେ ଅଭିଜିତା ସାହସ ପ୍ରଦର୍ଶନ କରି ଜଣେ ଲୁଟେରାକୁ ଗାଡିରୁ ଟାଣି ତଳେ ପକାଇ ମାଡି ବସିଥିଲେ ।  ଦୀର୍ଘ ପାଞ୍ଚ ମିନିଟି ଲଢେଇ କରି ଚୋରକୁ କାବୁ କରିଥିଲେ ଓ ପୋଲିସର ଜିମା ଦେଇଥିଲେ । ଏହି ଘଟଣା ରାଜଧାନୀରେ ଆଜି ଚର୍ଚ୍ଚାର ବିଷୟ ହୋଇଥିଲା । ଅଭିଜିତାଙ୍କୁ ସମ୍ବର୍ଦ୍ଦନା ମିଳିବା ପରେ ଆତ୍ମ ସୁରକ୍ଷା କ୍ଷେତ୍ରରେ ମହିଳାମାନେ ଆଗକୁ ଆସିବେ ବୋଲି ଆଶା କରାଯାଉଛି ।

{"id":87996}

ଘଟଣାଟି ଥିଲା ଏମିତି ….

ସମୟ ପାଖାପାଖି ଦିନ ସାଢେ ୧୧ ଟା  । ସ୍ଥାନ ଭୁବନେଶ୍ବର ଜିଜିପି କୋଲୋନୀ ଏରିଆ । ଅଭିଜିତା ମହାପାତ୍ର ନିଜ ଝିଅକୁ ତା ସାଙ୍ଗ ଘରୁ ଆଣିବାକୁ ରାସ୍ତାରେ ଯାଉଥିଲେ । ଏହି ସମୟରେ ଦୁଇ ଜଣ ଦୁବୁର୍ତ ନିଶାସକ୍ତ ଅବସ୍ଥାରେ ବାଇକରେ ହାଠାତ ଅସିଲେ । ଆଉ ବାଇକ ପଛପଟେ ବସିଥିବା ଯୁବକ ଜଣକ ଅଭିଜିତା ବେକରୁ ସୁନା ଚେନଟି ଟାଣି ନେବାକୁ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ଅଭିଜିତା ନିଜ ସାହସିକାତା ଦେଖାଥିଲେ । ଦୁବୁର୍ତର ସାର୍ଟକୁ ଧରି ବାଇରୁ ଟାଣି ଆଣିଥିଲେ । ଦୀର୍ଘ ପାଞ୍ଚ ମିନିଟି ଧରି ଅଭିଜିତା ତା ସହ ଲଢିଥିଲେ । ଆଉ ଦୁବୃର୍ତ୍ତକୁ ବାକୁ କରିଥଲେ । ତେବେ ବାଇକ ଚାଳଉଥିବା ଅନ୍ୟ ଜଣେ ଲୁଟେରା ସେଠାରୁ ଫେରାର ହୋଇଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ଅଭିଜିତା କାବୁ କରିଥିବା ଲୁଟେରାକୁ ଗିରଫ କରିଛି । ଏହି ଘଟଣାରେ ଅଭିଜିତା ସାମାନ୍ୟ ଆହାତ ହୋଇଥିଲେ ।

{"id":87998}

ସେପଟେ ପୋଲିସ ସୁତ୍ରରୁ ମଳିଥିବା ସୂଚନା ଅନୁସାରେ ଲୁଟ ପାଇଁ ଉଦ୍ୟମ କରିଥିବା ଯୁବକ ଜଣକ ହେଉଛନ୍ତି ସୋମନାଥ ଦାସ । ସୋମନାଥର ଘର ପୁରୀ ଜିଲା କୋଣାର୍କ ଅଞ୍ଚଳରେ । ତେବେ ଫେରାର ଯୁବକର ଏଯାଏ ପତା ମଳିପାରି ନାହିଁ । ଏ ନେଇ ତିଦନ୍ତ ଆରମ୍ଭ ହୋଇଛି । ଖୁବ ଶିଘ୍ର ତାକୁ ଗିରଫ କରାଯିବ ବୋଲି ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ କହିଛନ୍ତି ।

{"id":88003}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.