Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଅଭିଜିତ୍ ଆୟାର ଗାନ୍ଧିଜୀଙ୍କ ଯୌନ ଜୀବନ ବିଷୟରେ କଲେ ବିବାଦୀୟ ଟ୍ବିଟ୍

17/05/2019 at 4:44 PM

ଭୁବନେଶ୍ବର ୧୭|୫: ନିର୍ବାଚନ ପ୍ରଚାର ଶେଷ ହୋଇଛି। କିନ୍ତୁ ନିର୍ବାଚନ ପ୍ରଚାର ଶେଷ ବେଳକୁ ଦେଶ ଏମିତି କିଛି ଦୃଶ୍ୟ ଦେଖିଛି ତାହା ଏକ ସଭ୍ୟ ସମାଜ ପାଇଁ ଗ୍ରହଣ କରାଯାଇନପାରେ। ହୁଏତ ଗାନ୍ଧିଜୀ ଜୀବୀତ ଥିଲେ ଏସବୁ ଘଟଣାକୁ ଦେଖି ତାଙ୍କ ପାଟିରୁ ବାହାରି ଆସିଥାନ୍ତା ହେ ରାମ୍‌।

ହେ ରାମ। ଗାନ୍ଧିଜୀଙ୍କୁ ଯେତେବେଳେ ଗୁଳିବିଦ୍ଧ କରାଯାଇଥିଲା ସେତେବେଳେ ବାପୁଙ୍କ ପାଟିରୁ କୁଆଡ଼େ ଏହି ଦୁଇ ଶବ୍ଦ ବାହାରିଥିଲା । ହୁଏତ ବାପୁ ଦେଶବାସୀଙ୍କୁ ଏହି ଘଟଣା ପାଇଁ କ୍ଷମା କରିଦେଇଥିବେ କିନ୍ତୁ ୨୦୧୯ ସମୟରେ ଦେଶରେ ନିର୍ବାଚନ ବେଳେ, ଭୋଟ ପାଇଁ ଯାହା ଯାହା ଘଟୁଛି ସେସବୁକୁ ଗାନ୍ଧିଜୀ, ଯିଏ କି ଥିଲେ ଅହିଂସାର ପୂଜାରୀ ସେ କ୍ଷମା କରିଦେବେ କି। ଏମିତି ଏକ ପ୍ରଶ୍ନ ଆମମନକୁ ଏଇଥିପାଇଁ ଆସୁଛି, କାହିଁକି ନା’ ନିର୍ବାଚନ ପ୍ରଚାର ସିନା ସରିଲା, କିନ୍ତୁ ଶେଷ ବେଳକୁ ଯାହା ଯାହା ଘଟିଛି ତାକୁ ଦେଖିଲେ ଦେଶବାସୀଙ୍କ ମନକୁ କଷ୍ଟ ହିଁ ହେଉଛି।

କୋଲକାତାରେ ମଙ୍ଗଳବାର ଘଟିଥିବା ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ । ଦୁଇ ରାଜନୈତିକ ଦଳର କର୍ମୀ ମାରପିଟକୁ ଓହ୍ଲାଉଛନ୍ତି ଆଉ ଏତିକିବେଳେ ଇଶ୍ବରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବାକୁ ପଛାଉନାହାନ୍ତି ଦୁର୍ବୃତ୍ତ । ଏମିତି କ’ଣ ପାଇଁ ହେଲା । ଆମେ ତ କହିବୁ ଏହାର ମୂଳରେ ସେହି ଗୋଟିଏ ଲକ୍ଷ୍ୟ । ଭୋଟ୍‌। ସେହି ଭୋଟ ପାଇଁ ଏବେ ଚାଲିଛି ଅପଶବ୍ଦର ପ୍ରୟୋଗ । ଗାନ୍ଧିଜୀଙ୍କ ହତ୍ୟାକରିଥିବା ନାଥୁରାମ ଗଡ଼ସେ ଦେଶର ପ୍ରଥମ ଆତଙ୍କବାଦୀ ଥିଲା। ହିନ୍ଦୁ ଆତଙ୍କବାଦୀ। ଏମିତି କମଲହାସନ କହନ୍ତୁ ବା ତାଙ୍କୁ ଜବାବ ଦେଇ ଗଡ଼ସେଙ୍କୁ ଦେଶର ସଚ୍ଚା ଦେଶ ଭକ୍ତ ଆଖ୍ୟା ସାଧ୍ବୀ ପ୍ରଜ୍ଞା ଦିଅନ୍ତୁ। ଏସବୁ କିଛି ଦେଶବାସୀଙ୍କୁ କଷ୍ଟ ଦେଉନି କି। ସାଧ୍ବୀ ପ୍ରଜ୍ଞା ପୁଣି ଭୋପାଳରୁ ନିର୍ବାଚନ ଲଢ଼ିଛନ୍ତି। ତାଙ୍କର ଏହି ବକ୍ତବ୍ୟ କଣ ଏହି ଭୋଟ ପାଇଁ ନୁହେଁ କି।

ଭୋଟ ପାଇଁ ପରସ୍ପରକୁ ଯେଉଁଭଳି ଅପଶବ୍ଦ ପ୍ରୟୋଗ କରୁଛନ୍ତି ଆମର ପ୍ରିୟ ନେତାମାନେ ସେମାନଙ୍କୁ କଣ ଦାୟିତ୍ବ ସମ୍ପନ୍ନ ନେତା କୁହାଯିବ କି। ମୋଦିଲାଏ ଶବ୍ଦକୁ ଡିକ୍ସିନାରୀରେ ଜୋର ଜବରଦସ୍ତ ସ୍ଥାନ ଦେବା, କିମ୍ବା ୮୭ ମସିହାରେ ଦେଶରେ ଡିଜିଟାଲ କ୍ୟାମେରା ଓ ଇମେଲ ବ୍ୟବହାର କରିବାର ଅନୁଭୁତି ବଖାଣିବା ହେଉ। ସବୁକିଛିର ମୂଳରେ ଭୋଟ ବା ପ୍ରଚାର ଅଛି।

ତେବେ ଦେଢ଼ମାସ ଧରି ଦେଶରେ ଚାଲିଥିବା ଶବ୍ଦ ଅପଶବ୍ଦର ଗର୍ଜନ ତର୍ଜନ, ରାଲି ଓ ହିଂସାର ମାହୋଲରେ ଏବେ ପୂର୍ଣ୍ଣଛେଦ ପଡ଼ିଛି। ଏତିକିବେଳେ ଗାନ୍ଧିଜୀଙ୍କୁ ନେଇ ବିଳିବିଳି ହୋଇ ଟ୍ବିଟରେ ଗାରେଇ ପକେଇଛନ୍ତି ଅଭିଜିତ ଆୟାର। କଣ ସେ ଲେଖିଛନ୍ତି ଦେଖନ୍ତୁ ଯାହାକୁ ମୁହଁରେ ବି ଧରି ହେବନି। ଏ ହେଉଛନ୍ତି ସେହି ଆୟାର ଯିଏକି ନିଜ ବିବାଦୀୟ ବୟାନ ପାଇଁ ଜେଲ୍‌ର ହାୱା ଖାଇଥିଲେ। ଏବେ ପୁଣି ବାପୁଙ୍କୁ ନେଇ ସେ ଅପଶବ୍ଦ ପ୍ରୟୋଗ କରିବାକୁ ପଛାଇନାହାନ୍ତି। ଏମାନଙ୍କ କାଣ୍ଡକାରଖାନା ଦେଖିଲେ ପାଟିରେ ହିଁ ବାହାରୁଛି ହେ ରାମ।

   Related Posts