Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଆଜି ବିଧାନସଭା ଗୃହ କମିଟିରେ ସତ୍ୟପାଠ ଦାଖଲ କରିବେ ଅଭିଜିତ ଆୟାର ମିତ୍ର

3/11/2018 at 10:26 AM

ଭୁବନେଶ୍ବର ୩|୧୧:  ବିଧାନସଭା ଗୃହ କମିଟିରେ ଆଜି ସତ୍ୟପାଠ ଦାଖଲ କରିବେ ଅଭିଜିତ ଆୟାର ମିତ୍ର । ଗତକାଲି ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ, କିନ୍ତୁ ସତ୍ୟପାଠ ଦେଇ ପାରିନଥିଲେ । ପ୍ରଥମ ହାଜିରା ପରଠୁ ଜେଲ୍ ରେ ଥିବାରୁ ସେ ସତ୍ୟପାଠ ପ୍ରସ୍ତୁତ କରିପାରିନଥିଲେ । ତାଙ୍କ ଓକିଲ କମିଟି ଆଗରେ ପହଁଚିପାରି ନଥିଲେ । ଗୃହକମିଟି ୧୦ ମିନିଟ୍ ଅପେକ୍ଷା କରିଥିଲେ । କିନ୍ତୁ ଆୟାରଙ୍କ ଓକିଲ ଆସିନଥିଲେ । ଆଜି ଅଭିଜିତଙ୍କୁ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି । ସତ୍ୟପାଠ ଦାଖଲ ପାଇଁ ଆଜି ଶେଷ ସୁଯୋଗ ବୋଲି ମଧ୍ୟ ଗୃହ କମିଟି ରୋକଠୋକ୍ ଶୁଣାଇ ଦେଇଛି । ଆଜି ଦିନ ୧୧ଟାରେ ଆୟାର ଉପସ୍ଥିତ ରହି ଗୃହକମିଟିକୁ ତାଙ୍କ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଶା ସଂସ୍କୃତି ଏବଂ ବିଧାୟକଙ୍କ ସଂପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇ ଅଡୁଆରେ ଫଶିଛନ୍ତି ଅଭିଜିତ ଆୟାର । ଅଭିଜିତଙ୍କ ସତ୍ୟପାଠକୁ ଶୀତ ଅଧିବେଶନରେ ଉପସ୍ଥାପନ କରାଯିବ । ତେବେ ଅଭିଜିତ ଆୟାରଙ୍କ ବିରୋଧରେ ବିଭିନ୍ନ ଥାନାରେ ଯେଉଁ ମାମଲା ରହିଛି ସେନେଇ ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ କରିବ ସେଥିରେ ଗୃହ କମିଟିର କିଛି କରିବାର ନାହିଁ ବୋଲି କୁହାଯାଇଛି ।

   Related Posts