Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଆଜି ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇପାରନ୍ତି ଅଭିଜିତ ଆୟର ମିତ୍ର

23/10/2018 at 9:35 AM

ଭୁବନେଶ୍ବର ୨୩|୧୦: ଆଜି ବିଧାନସଭାର ଗୃହ କମିଟି ସମ୍ମୁଖରେ ହାଜର ହୋଇ ପାରନ୍ତି ଅଭିଜିତ୍ ଆୟର ମିତ୍ର। ଏଥିପାଇଁ ତାଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦେବାକୁ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ଅଭିଜିତ ଓଡ଼ିଶାର କଳା ସଂସ୍କୃତି ଓ ବିଧାୟକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ। ଏହା ପରେ ଭୁବନେଶ୍ବରର ସହିଦନଗର ଥାନା ଓ କୋଣାର୍କ ଥାନାରେ ମାମଲା ରୁଜୁ କରାଯିବା ସହିତ ଗୃହ କମିଟି ଅଭିଜତଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟ ଜନକ ଭାବେ ଅଭିଜିତ ନା ଗୃହ କମିଟି ନିକଟରେ ହାଜର ହୋଇଥିଲେ ନା ଥାନାରେ। ପରେ କିନ୍ତୁ ମେଲ୍ ଯୋଗେ ଓ ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ। ତେଣୁ ଗୃହ କମିଟି ତାଙ୍କୁ ଅକ୍ଟୋବର ୨୩ ଯାଏଁ ପର୍ଯ୍ୟନ୍ତ ସମୟ ଦେଇଥିଲେ।  ଅଭିଜିତଙ୍କ କଟୁ ମନ୍ତବ୍ୟ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାରଣରୁ ସେ ଭୁବନେଶ୍ବର ଆସିବାବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଅଭିଜିତଙ୍କ ପକ୍ଷରୁ ସୁରକ୍ଷା ପାଇଁ ଅନୁରୋଧ କରାଯିବା ପରେ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ କମିସନର କହିଛନ୍ତି।

ସୂଚନା ଯୋଗ୍ୟ ଯେ, କୋଣାର୍କ, ଶ୍ରୀମନ୍ଦିର, ଓଡିଶା ଏବଂ ଓଡିଶାର ବିଧାୟକଙ୍କ ସଂପର୍କରେ  ଆୟର ତାଙ୍କ ଟ୍ବିଟରରେ ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିଲେ । ଗତ ମାସ ୧୫ତାରିଖରେ ଏକ ଟ୍ବିଟ୍ ରେ ସେ ଭିଡିଓ ଅପଲୋଡ୍ କରିଥିଲେ । ଏହି ଭିଡିଓରେ ସେ କହିଥିଲେ ଯେ, କୋଣାର୍କର ନଗ୍ନ ମୂର୍ତ୍ତି ହିନ୍ଦୁ ପରମ୍ପରା ବିରୋଧୀ । ହିନ୍ଦୁ ଧର୍ମକୁ କଦର୍ଥ କରିବା ପାଇଁ ମୁସଲମାନମାନଙ୍କ ପ୍ରଭାବରେ ଏଭଳି ମୂର୍ତ୍ତି ତିଆରି ହୋଇଛି । ତେବେ ରାମମନ୍ଦିର ନିର୍ମାଣ ବେଳେ ସେଠାରେ ଏମିତି ମୂର୍ତ୍ତି ରହିବନାହିଁ । ଏହି ପ୍ରସଙ୍ଗକୁ ନେଇ ସମଗ୍ର ରାଜ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସୂଚନା ଯୋଗ୍ୟ ଯେ, ଆୟର ଭିଡିଓ ଅପଲୋଡ୍ କରିବା ପୂର୍ବ ଦିନ ସେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଆଉଜଣେ ମହିଳା ରୀତା ସିଂଙ୍କ ସହ ହେଲିକପ୍ଟର ଯୋଗେ ପୁରୀ, କୋଣାର୍କ ଏବଂ ଚିଲିକା ଉପରେ ଉଡିଥିଲେ । ଚିଲିକା ନିକଟରେ ହେଲିକପ୍ଟର ଚିଲିକା ପାଣିର ଅତି ନିକଟକୁ ଆସିଥିଲା ବୋଲି ଅଭିଯୋଗ ହୋଇଥିଲା । ଏନେଇ ମାମଲା ମଧ୍ୟ ରୁଜୁ ହୋଇଥିଲା ।

ଆୟରଙ୍କ କୋଣାର୍କ ମନ୍ତବ୍ୟକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବାବେଳେ ବର୍ଷେ ତଳେ ସେ ଓଡିଶା ସଂପର୍କରେ କରିଥିବା ଏକ ଟ୍ବିଟ୍ ସାମ୍ନାକୁ ଆସିଥିଲା । ଏଥିରେ ସେ ଶ୍ରୀଜଗନ୍ନାଥ କୋଲକାତାର ବୋଲି ଦର୍ଶାଇବା ସହ ତାଙ୍କୁ ଓଡିଆମାନେ ଚୋରୀକରି ଆଣିଛନ୍ତି ବୋଲି ଦର୍ଶାଇଥିଲେ । ସେହିଭଳି ଓଡିଶା ବୋଲି କୌଣସି ନିର୍ଦ୍ଧିଷ୍ଟ ରାଜ୍ୟ ନଥିଲା । ଏହା ପଶ୍ଚିମବଙ୍ଗର ଦକ୍ଷିଣରେ ଥିବା ଆଦିବାସୀ ଅଧ୍ୟୁସିତ ବନାଞ୍ଚଳ ଥିଲା ବୋଲି କହିଥିଲେ । ଓଡିଶା ଶବ୍ଦର ଉତ୍ପତି ସଂପର୍କରେ ମଧ୍ୟ ସେ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିଲେ । ବଙ୍ଗାଳୀମାନେ ଡାକୁଥିବା ଓରି-ଶାଲାରୁ ଓଡିଶାର ଉତ୍ପତି ବୋଲି ସେ କହିଥିଲେ । ଏହାକୁ ନେଇ  ଓଡିଶାରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏପରିକି ବିଧାନସଭାରେ ମଧ୍ୟ କିଛି ବିଧାୟକ ପ୍ରସଙ୍ଗ ଉଠାଇଥିଲେ । ଠିକ୍ ଏହି ସମୟରେ ନ୍ୟୁଜ୍ ସେଭେନ ଦିଲ୍ଲୀଠାରେ ଅଭିଜିତ ଆୟରଙ୍କ ଏକ ସ୍ବତନ୍ତ୍ର ସାକ୍ଷାତକାର ନେଇଥିଲା । ଏହି ସାକ୍ଷାତକାରରେ ଅଭିଜିତ ଓଡିଶା ବିଧାୟକମାନଙ୍କୁ ବୁଦ୍ଦୁ ବୋଲି କହିଥିଲେ । ବିଧାନସଭାର କ୍ଷମତାକୁ ଚ୍ୟାଲେଞ୍ଜ କରି ଗିରଫ କରି ଦେଖାଅ ବୋଲି ଅହଂକାର ସହିତ କହିଥିଲେ । ଅଭିଜିତଙ୍କ ଏହି ସାକ୍ଷାତକାର ପ୍ରସାରଣ ପରେ ବିଧାନସଭାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିରୋଧୀଦଳ ନେତା ନରସଂହ ମିଶ୍ର ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଥିଲେ । ବିଧାନସଭାରେ ଦଳମତ ନିର୍ବିଶେଷରେ ସମସ୍ତେ ଆୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଫଳରେ ବିଧାନସଭା ଗୃହ କମିଟି ଗଠନ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଆୟରଙ୍କ ବିରୋଧରେ କୋଣାର୍କ ଥାନାରେ ଦାୟର ଏକ ମାମଲାରେ ପୁରୀ ପୋଲିସ ଆୟରଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା । ପରେ ତାଙ୍କୁ ଦିଲ୍ଲୀ ସାକେତ୍ ସ୍ଥିତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯାଇଥିଲା । ଅଦାଲତ ଆୟରଙ୍କୁ ସେପ୍ଟେମ୍ବର ୨୮ତାରିଖ ପର୍ଯ୍ୟନ୍ତ  ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଆୟର ସୁପ୍ରିମକୋର୍ଟଙ୍କ ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ତାଙ୍କୁ ପୁର୍ନବାର ଅନ୍ତରୀଣ ସୁରକ୍ଷା ପ୍ରଦାନ କରି ଅକ୍ଟୋବର ୫ତାରିଖରେ କୋଣାର୍କ ପୋଲିସ ପାଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆୟର ଚାହିଁଲେ ତାଙ୍କୁ ସମସ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ପୋଲିସକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଅକ୍ଟୋବର ୫ତାରିଖରେ ସୁପ୍ରିମକୋର୍ଟରେ ଆୟରଙ୍କ ପ୍ରସଙ୍ଗ ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ ଆୟରଙ୍କୁ ଏଭଳି ମନ୍ତବ୍ୟ ପାଇଁ ଭର୍ସନା କରିବା ସହ ତାଙ୍କ ପାଇଁ ଉଚିତ୍ ସ୍ଥାନ ଜେଲ୍ ବୋଲି କହିଥିଲେ । ତଳ କୋର୍ଟର ନିର୍ଦ୍ଦେଶ ଅନୁସାରେ କୋଣାର୍କ ପୋଲିସ ନିକଟରେ ହାଜର ହେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

   Related Posts