ଝାରପଡା ଜେଲ୍‌ରେ ରାତି କାଟିଲେ ଅଭିଜିତ ଆୟର ; ଦେଇଥିବା ମନ୍ତବ୍ୟ ପାଇଁ ସେ ଅନୁତପ୍ତ

Published By : Prameya-News7 Bureau | October 24, 2018 IST

ଭୁବନେଶ୍ବର ୨୪|୧୦: ଝାରପଡ଼ା ଜେଲରେ ରାତି କାଟିଲେ ଅଭିଜିତ ଆୟାର ମିତ୍ର । ଜଣେ ବିଚାରଧିନ କଏଦୀ ଆସିଲେ ତାଙ୍କୁ ଯେଉଁଭଳି ଭାବେ ଜେଲ୍ ରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥାଏ ଅଭିଜିତଙ୍କୁ ମଦ୍ୟ ସେଭଳି ସୁବିଧା ଯୋଗାଇ ଦିଆଯାଇଥିଲା ।ଗତକାଲି ରାତିରେ  ଜେଲ୍ ରେ ଖାଦ୍ୟ ଖାଇଥିଲେ ଅଭିଜିତ ଆୟର । ଆଜି ସକାଳେ ମଧ୍ୟ ତାଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ମଧ୍ୟ ରହିଛି । ସେ ଏଭଳି ତାଙ୍କ ମନ୍ତବ୍ୟ ପାଇଁ ଅନୁତପ୍ତ ଅଛନ୍ତି । ସେ ଏଭଳି ଆଉ କେବେ ମନ୍ତବ୍ୟ ଦେବେନାହିଁ ବୋଲି କହୁଥିବା ଜେଲ୍ ଓ୍ବାର୍ଡର କହିଛନ୍ତି । ଓଡ଼ିଶା ଇତିହାସ ସଂସ୍କୃତି ଓ ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଅଭିଜିତ ଆୟାରଙ୍କୁ ମହଙ୍ଗା ପଡଛି । ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଅଭିଜିତଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ଅଭିଜିତଙ୍କୁ ସହିଦ ନଗର ପୋଲିସ ଗିରଫ କରିଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ୍ କରାଯାଇ କୋର୍ଟରେ ହାଜର କରାଯାଇଥିଲା । ଅଭିଜିତ ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ । ସେପଟେ କୋଣାର୍କ ପୋଲିସ ଅଭିଜିତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି । ଗତକାଲି କଡ଼ା ସୁରକ୍ଷା ମଧ୍ୟରେ ଗୃହ କମିଟି ନିକଟରେ ହାଜର ହୋଇଥିଲେ ଅଭିଜିତ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ତାଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରାଯାଇଥିଲା । ନିଜ ଭୁଲ ସ୍ବୀକାର କରିବା ସହ ନିଃସର୍ତ୍ତଭାବେ କ୍ଷମା କରିବାକୁ ଅନୁରୋଧ କରିଥିଲେ । ତେବେ ନଭେମ୍ବର ୨ ତାରିଖରେ ପୁଣି ଥରେ ହାଜର ହେବାକୁ କମିଟି ନିର୍ଦ୍ଦେଶ ଦେଇଛନ୍ତି । ସେଦିନ ସେ ଉପସ୍ଥିତ ରହି ସତ୍ୟପାଠ ଦାଖଲ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.