Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜବେଷ୍ଟସ୍ ଭାଙ୍ଗି ଦୋକାନରୁ ଚୋରି କରୁଥିଲେ ୨ ସିକ୍ୟୁରିଟି ଗାର୍ଡ, ଧରିଦେଲେ ଗାଁ ଲୋକେ
  • ||
  • ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ଓଡିଶା ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ର ଦିଲ୍ଲୀ ପୋଲିସ ଦ୍ବାରା ଗିରଫ

20/09/2018 at 2:04 PM

ନୂଆଦିଲ୍ଲୀ୨୦|୯: ଓଡିଶା ସମ୍ପର୍କରେ କଟୁ ମନ୍ତବ୍ୟ ପ୍ରଦାନ କରିଥିବା ଅଭିଜିତ ଆୟାର ମିତ୍ରକୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଆଜି ସକାଳ ୧୧ଟା ବେଳେ ଦିଲ୍ଲୀର ହଜରତ ନିଜାମୁଦ୍ଦୀନ ଥାନାରେ ଅଟକ ରଖି ପଚରା ଉଚରା କରାଯାଇଥିଲା । ତାପରେ ତାଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି । ତାଙ୍କୁ ସାକେତ କୋର୍ଟର କୋର୍ଟ ନଂ ୧୨ରେ ହାଜର କରାଯାଇଛି ।
ସୂଚନାଯୋଗ୍ୟ ଯେ, ଅଭିଜିତ ଆୟାର ଗତ ୧୫ ତାରିଖ ଦିନ ଓଡିଶାରେ କୋଣାର୍କ ମନ୍ଦିର, ଶ୍ରୀମନ୍ଦିର ଏବଂ ଚିଲିକା ଉପରେ କମ ଉଚ୍ଚରେ ଉଡିବା ସହ ଟୁଇଟରରେ ବିଭିନ୍ନ କଟୁ ମନ୍ତବ୍ୟ ଦେଇଥିଲେ । କୋଣାର୍କରେ ଥିବା ନଗ୍ନ ମୂର୍ତ୍ତି, ହିନ୍ଦୁ ସଂସ୍କୃତି ନୁହଁ ବୋଲି କହିବା ସହ ଏହା ମୁସଲମାନଙ୍କ ପ୍ରଭାବରେ କରାଯାଇଥିବା କହିଥିଲେ । କେବଳ ସେତିକି ନୁହଁ ,ଜଗନ୍ନାଥ କୋଲକାତାର, ତାଙ୍କୁ ଓଡିଆମାନେ ଚୋରୀ କରି ଆଣିଛନ୍ତି ବୋଲି ଅଭିଜିତ ଲେଖିଥିଲେ । ଏପରିକି ଓଡିଶା ବଂଗାଳିମାନଙ୍କ ଦ୍ବାରା ଆବିଷ୍କୃତ, ବଂଗାଳିଙ୍କ ଓରି ଶାଲା ଡାକରୁ ଓଡିଶା ନାଁ ଆସିଛି ବୋଲି ଉଦ୍ଭଟ ମନ୍ତବ୍ୟ ଦେିଥିଲେ ।
ଏ ସମ୍ପର୍କରେ ଗତକାଲି ନ୍ୟୁଜ-୭କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ମଧ୍ୟ ସେ ଅଧିକ କଟୁ ମନ୍ତବ୍ୟ ପ୍ରଦାନ କରିଥିଲେ । ଓଡିଶାର ବିଧାୟକଙ୍କୁ ବୁଦ୍ଦୁ ବୋଲି କହିଥିଲେ । ଆଜି ଓଡିଶା ବିଧାନସଭାରେ ମଧ୍ୟ ଅଭିଜିତଙ୍କ ପ୍ରସଂଗରେ ଉଦ୍ବେଗ ପ୍ରକାଶ ପାଇଥିଲା । ଏ ନେଇ ସ୍ବତନ୍ତ୍ର ଆଲୋଚନା ହୋଇଥିଲା । କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ଏ ପ୍ରସଂଗରେ ଅନୁଧ୍ୟନ କରି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସମ୍ପର୍କରେ ରିପୋର୍ଟ ଦେବା ପାଇଁ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ୬ଜଣିଆ କମିଟି ଗଠନ କରିଥିଲେ ।

   Related Posts