୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଜିତ ଆୟାର ମିତ୍ର

Published By : Prameya-News7 Bureau | October 24, 2018 IST

ଭୁବନେଶ୍ୱର ୨୩/୧୦: ଶେଷରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଓଡ଼ିଶାର ଇତିହାସ ସଂସ୍କୃତି ଓ ବିଧାନସଭା ବିଧାୟକଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ର।  ତାଙ୍କୁ ଝାଡପଡା ଜେଲ୍  ହାଜତକୁ ପଠାଇ ଦିଆଯାଇଛି । ଆଜି ସଂଧ୍ୟାରେ ସହିଦନଗର ପୋଲିସ ତାଙ୍କୁ ଗିରଫ କରିଥିଲା । କିଛି ଘଣ୍ଟା ପରେ ତାଙ୍କୁ ଭୁବନେଶ୍ବର ଜେଏମ୍ ଏଫ୍ ସିଙ୍କ ନିକଟରେ ହାଜର କରାଯାଇଥିଲା । ଅଭିଜିତଙ୍କ ଓକିଲ ଜାମିନ ପାଇଁ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ସରକାରୀ ଓକିଲ ଏହାର ପ୍ରତିବାଦ କରିଥିଲେ। ଜେଏମ୍ ଏଫ୍ ସି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସେପଟେ କୋଣାର୍କ ପୋଲିସ ଓ ନିମାପଡା ଏସ୍ ଡିପିଓ ଅଭିଜିତ୍ ଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛନ୍ତି । ଆଜି ସକାଳେ ଗୃହ କମିଟିରେ ହାଜର ହୋଇଥିଲେ ଅଭିଜିତ । ପରେ ତାଙ୍କୁ ପୋଲିସ ଗିରଫ କରିବା ସହିତ ଜେରା କରିଥିଲା । ଅଭିଜିତ୍ ଙ୍କ ବିରୋଧରେ 294,295(A), 500, 153(A), IT Act 67 ଲଗାଇ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.