ଫିର୍ ଭି ଦିଲ୍ ହୈ ହିନ୍ଦୁସ୍ତାନୀ : ନୋବେଲ୍ ପୁରସ୍କାର ନେବାକୁ ଧୋତି -ପଞ୍ଜାବୀ ପିନ୍ଧି ପହଞ୍ଚିଲେ ଅଭିଜିତ ବାନାର୍ଜୀ

Published By : Prameya-News7 Bureau | December 11, 2019 IST

ନୂଆଦିଲ୍ଲୀ ୧୧/୧୨: ଭାରତୀୟ-ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଭାରତୀୟ ବେଶଭୂଷା ପିନ୍ଧି ନୋବେଲ୍ ପୁରସ୍କାର ନେବାକୁ ପହଞ୍ଚିଥିଲେ। ତାଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଅଭିଜିତ ପୁରସ୍କାର ନେବାକୁ ଭାରତୀୟ ପରିଧାନ ପିନ୍ଧି ଯାଇଥିଲେ। ସେ ଏକ ବନ୍ଦବେକର ଜ୍ୟାକେଟ୍ ଏବଂ ଧୋତି ପିନ୍ଧିଥିଲେ।

{"id":196343,"sizeSlug":"large"}

ପୁରସ୍କାର ଘୋଷଣା କରିଥିବା ଏଷ୍ଟର ଡଫ୍ଲୋ ମଧ୍ୟ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ତାଙ୍କ ସହଯୋଗୀ ମାଇକେଲ୍  କ୍ରେମର ସୁଟ୍ ପିନ୍ଧିଥିଲେ। ଏହି ପୁରସ୍କାର ବିଶ୍ବ ସ୍ତରରେ ଗରିବଙ୍କ ପାଇଁ ବିକାଶ କାର୍ଯ୍ୟ ଯୋଗୁଁ ମିଳିଥିଲା।

{"id":196344,"sizeSlug":"large"}

୩ଜଣ ବିଜେତାଙ୍କୁ ୯ମିଲିୟନ୍ ସ୍ବିଡିଶ କ୍ରୋନା(ପାଖାପାଖି ୬.୫କୋଟି ଟଙ୍କା) ପୁରସ୍କାର ସ୍ବରୂପ ଦିଆଯାଇଥିଲା ଯାହାକୁ ସମାନ ଭାଗରେ ବଣ୍ଟାଯାଇଥିଲା। ମୁମ୍ବାଇରେ ଜନ୍ମ ହୋଇଥିବା ଅଭିଜିତ ବାନାର୍ଜୀ ଅର୍ଥଶାସ୍ତ୍ରରେ ନୋବେଲ୍ ପୁରସ୍କାର ଜିତିଥିବା ଅମର୍ତ୍ତ୍ୟ ସେନଙ୍କ ପରେ ଦ୍ବିତୀୟ ଭାରତୀୟ ଅଟନ୍ତି। ସେନଙ୍କ ଭଳି, ବାନାର୍ଜୀ ମଧ୍ୟ ପ୍ରେସିଡେନ୍ସି କଲେଜର ପୂର୍ବତନ ଛାତ୍ର , ଯାହା ଏବେ ପ୍ରେସିଡେନ୍ସି ବିଶ୍ବବିଦ୍ୟାଳୟ ଭାବେ ଜଣାଯାଉଛି।

{"id":196346,"sizeSlug":"large"}

ବାନାର୍ଜୀ ଏବଂ ଡଫ୍ଲୋ ଦୁହେଁ ମୈସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଅର୍ଥଶାସ୍ତ୍ର ବିଭାଗର ପ୍ରଫେସର। କ୍ରେମର ହାଭାର୍ଡ଼ ବିଶ୍ବବିଦ୍ୟାଳୟରେ ଅର୍ଥଶାସ୍ତ୍ର ବିଭାଗରେ ପ୍ରଫେସର।

{"id":196347,"sizeSlug":"large"}

ସ୍ବିଡେନର ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ପୁଣ୍ୟ ସ୍ମୃତିରେ ନୋବେଲ ଫାଉଣ୍ଡେସନ୍ ଦ୍ବାରା ପ୍ରତି ବର୍ଷ ପ୍ରଦାନ କରାଯାଉଥିବା ବିଶ୍ବର ସର୍ବୋଚ୍ଚ ସମ୍ମାନ ନୋବେଲ୍ ପୁରସ୍କାର ଶାନ୍ତି,ସାହିତ୍ୟ,ରସାୟନ ବିଜ୍ଞାନ,ଭୌତିକ,ଚିକିତ୍ସା ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର କ୍ଷେତ୍ରରେ ଦିଆଯାଇଥାଏ।

{"id":196348,"sizeSlug":"large"}

ନୋବେଲ୍ ପୁରସ୍କାର ବିଜେତାଙ୍କ ନାଁର ଘୋଷଣା ପ୍ରତି ବର୍ଷ ଅକ୍ଟୋବର ମାସରେ କରାଯାଇଥାଏ ଏବଂ ସମସ୍ତ ବିଜେତାଙ୍କୁ ସ୍ବିଡେନର ଷ୍ଟକହୋମରେ ଆୟୋଜିତ ସମାରୋହରେ ଡିସେମ୍ବର ୧୦ତାରିଖରେ ଏହି ସର୍ବୋଚ୍ଚ ପୁରସ୍କାର ଦିଆଯାଇଥାଏ।

{"id":196349,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.