ଓଡିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ପ୍ରସଂଗ: ଅକ୍ଟୋବର ୧୧ରେ ଗୃହ କମିଟିରେ ହାଜର ହେବେ ଅଭିଜିତ ଆୟାର

Published By : Prameya-News7 Bureau | September 28, 2018 IST

ଭୁବନେଶ୍ବର ୨୮|୯:ଅଭିଜିତ୍‌ ଆୟାରଙ୍କ ଓଡିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ସମନ କରିବ ବିଧାନସଭା ଗୃହ କମିଟି । ଆସନ୍ତା ଅକ୍ଟୋବର ୧୧ ତାରିଖରେରେ ଦିନ୧୧ଟାରେ ବିଧାନସଭା ୫୪ ପ୍ରକୋଷ୍ଠରେ ହାଜର ହେବାକୁ ଅଭିଜିତ ଆୟାରଙ୍କୁ  ହେବ ନୋଟିସ। ଆଜି ବସିଥିବା ବିଧାନସଭା ଗୃହ କମିଟି ବୈଠକ ଶେଷ ହେବାପରେ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବିଧାନସବା ମୌସୁମୀ ଅଧିବେଶନର ଶେଷ ଦିନରେ ଅଭିଜିତ ାୟାର ପ୍ରସଂଗରେ ବିଧାନସବାରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା ।ଅବିଜିତ ବିରୋଧରେ ବିରୋଧୀଦଳ ନେତା ନରିଂହ ମିଶ୍ର ଲ୍ବାଧୀକାର ଭଂଗ ପ୍ରସ୍ତାବ ଆଗତ କରିଥିଲେ । ଅଭିଜିତ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ନିଷ୍ପତ୍ତି ନେବା ଲାଗି ସର୍ବଦଳୀୟ ବୈଠକ ବସିଥିଲା । ସର୍ବ ଦଳୀୟ ବୈଠକର ନିଷ୍ପତ୍ତିକ୍ରମେ  ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ୬ଜଣିଆ ଗୃହ କମିଟି ଗଠନ ହୋଇଥିଲା । ଗୃହ କମିଟି ଆଜି ଦ୍ବିତୀୟ ଥର ପାଇଁ ବସିଥିଲା । ବୈଠକରେ ଗଣ ମଦ୍ୟମ ପ୍ରତିନିଧି , ପୋଲିସ ଡିଜି ଓ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ହାଜର ହୋଇ ତଥ୍ୟ ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.