କରୋନା ଭାଇରସ୍ ଉପରେ ଏବେ ଅଭିଜିତ ଭଟ୍ଟାଚାର୍ଯ୍ୟ ଗାଇଲେ ଗୀତ, କହିଲେ 'ସାଲ୍ୟୁଟ୍ ତେଜସ୍'...

Published By : Prameya-News7 Bureau | March 20, 2020 IST

ମୁମ୍ବାଇ ୨୦/୩: କରୋନା ଭାଇରସକୁ ନେଇ ବିଶ୍ବବ୍ୟାପି ଅନେକ ଦେଶରେ ହଇଚଇ ସୃଷ୍ଟି ହୋଇଛି। ଭାରତରେ ଏବେ ସୁଦ୍ଧା ୨୦୯ଜଣ କରୋନାରେ ସଂକ୍ରମିତ ଅଛନ୍ତି ବୋଲି ଜଣା ପଡ଼ିଛି। ଏହାର ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଏପରି ସଙ୍କଟମୟ ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ନିଜ ତରଫରୁ କରୋନା ବିରୋଧରେ ଲଢ଼ିବା ପାଇଁ ଲୋକଙ୍କୁ ସଚେତନ କରିବାର ଉଦ୍ୟମରେ ଲାଗିଛନ୍ତି। କେହି ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ କରୁଛନ୍ତି ତ କେହି କବିତା ଲେଖୁଛନ୍ତି। ନିକଟରେ ଏହାକୁ ନେଇ ବଲିଉଡର ଜଣା-ଶୁଣା ସିଙ୍ଗର ଅଭିଜିତ ଭଟ୍ଟାଚାର୍ଯ୍ୟ ଏକ ଗୀତ ଲେଖିଛନ୍ତି।

କିଛି ଦିନ ତଳେ ସୋଶିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଜଣେ ଯୁବକ ଗିଟାର ବଜାଇ ଶାହରୁଖ ଖାନ୍-ରାଣୀ ମୁଖାର୍ଜୀ ଅଭିନୀତ ଗୀତ ‘ସୁନୋ ନା ସୁନୋ ନା’ ଗୀତରେ କରୋନାକୁ ଆଧାର କରି ଗାଇଥିଲେ। ଏହି ଯୁବକଙ୍କ ନାଁ ତେଜସ୍ ଗମ୍ଭୀର ଏବଂ ସେ ଗାଇଥିବା ଗୀତଟିର ନାଁ ଥିଲା ‘ କରୋନା କରୋନା ଓ କରୋନା’। ତେଜସଙ୍କ ଏହି ଗୀତକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ଏବଂ ଏହି ଗୀତର ପ୍ରକୃତ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ଏହି କରୋନା ଗୀତ ପସନ୍ଦ ଆସିଥିଲା।

ନିକଟରେ ଅଭିଜିତ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଏହି ଗୀତକୁ ରେକର୍ଡ଼ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ ଅଭିଜିତ କହୁଛନ୍ତି ଯେ ,‘ମହାମାରୀ କରୋନାକୁ ନେଇ ସେ ଯାହା କହି ପାରିଲେ ନାହିଁ,ତେଜସ୍ ଗମ୍ଭୀର ତାହା କହି ଏବଂ କରି ଦେଖାଇଛନ୍ତି, ସାଲ୍ୟୁଟ…’। ଏହି ଭିଡିଓରେ ସେ ତେଜସଙ୍କ ଦ୍ବାରା ଲେଖାଯାଇଥିବା ଭିଡିଓକୁ ନିଜେ ମଧ୍ୟ ଗାଉଛନ୍ତି। ଭିଡିଓରେ ଗୋଟିଏ ପଟେ ଅଭିଜିତଙ୍କ ଗୀତ ଚାଲୁଥିବାବେଳେ ଅନ୍ୟ ପଟେ ଅଭିଜିତ ନିଜେ ଗୀତ ଗାଉଛନ୍ତି। ଏହି ଗୀତ ଶାହରୁଖ-ରାନୀଙ୍କ ୨୦୦୩ରେ ରିଲିଜ ହୋଇଥିବା ଫିଲ୍ମ ‘ଚଲତେ ଚଲତେ’ର ଗୀତ।

wp:html
/wp:html

ସେହିଭଳି ଅଭିଜିତ ନିଜ ଅନ୍ଦାଜରେ ଫଲୋଅର୍ସଙ୍କୁ କରୋନା ବିରୋଧରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.