ପୁଅ ପରେ ପଡ଼ିଲା ବାପାଙ୍କ ପାଳି: ଅଭୟକାନ୍ତ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ୍

Published By : Prameya-News7 Bureau | December 22, 2020 IST

ଭୁବନେଶ୍ବର୨୨/୧୨: ସ୍କାଏ କିଙ୍ଗ୍ ଠକେଇ ମାମଲାରେ ପୁଅ ଆକାଶ ପାଠକ ପରେ ବାପା ଅଭୟକାନ୍ତ ପାଠକଙ୍କୁ ୨ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍‌ ପୋଲିସ। ସ୍କାଏ କିଙ୍ଗ୍ ଟୁର୍‌ ଆଣ୍ଡ ଟ୍ରାଭେଲସ୍‌ ସଂସ୍ଥା ମାଧ୍ୟମରେ ବିଭିନ୍ନ ସମୟରେ ଚାର୍ଟର ଫ୍ଲାଇଟ୍‌ ଏବଂ ଷ୍ଟାର ହୋଟେଲରେ ରୁମ୍‌ ବୁକ୍ କରୁଥିଲେ ପାଠକ ବାପା-ପୁଅ। ସଂସ୍ଥାର ବିଲ୍‌ ବାବଦକୁ ୨କୋଟିରୁ ଅଧିକ ଟଙ୍କା ପୈଠ କରିଥିଲେ ମଧ୍ୟ ବକେୟା ୬୫ଲକ୍ଷ ଟଙ୍କା ଦେଇନଥିଲେ। ଯାହାକୁ ନେଇ ଡିସେମ୍ବର ୨ରେ ସ୍କାଏ କିଙ୍ଗ ପକ୍ଷରୁ ଭୁବନେଶ୍ବର ଖାରବେଳ ନଗର ଥାନରେ ଉଭୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ପୁଅ ପରେ ପଡ଼ିଲା ବାପାଙ୍କ ପାଳି। ସ୍କାଏ କିଙ୍ଗ ଠକେଇ ମାମଲାରେ ପୁଅ ଆକାଶ ପାଠକଙ୍କ ପରେ ଅଭୟକାନ୍ତ ପାଠକଙ୍କୁ ୨ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍‌ ପୋଲିସ । ସ୍କାଏ କିଙ୍ଗ ଟୁର୍‌ ଆଣ୍ଡ ଟ୍ରାଭେଲସ୍‌ ସଂସ୍ଥା ମାଧ୍ୟମରେ ବିଭିନ୍ନ ସମୟରେ ଚାର୍ଟର ଫ୍ଲାଇଟ୍‌ ଏବଂ ଷ୍ଟାର ହୋଟେଲରେ ରୁମ୍‌ ବୁକ୍ କରୁଥିଲେ ପାଠକ ବାପା-ପୁଅ। ସଂସ୍ଥାର ବିଲ୍‌ ବାବଦକୁ ୨କୋଟିରୁ ଅଧିକ ଟଙ୍କା ପୈଠ କରିଥିଲେ ମଧ୍ୟ ବକେୟା ୬୫ଲକ୍ଷ ଟଙ୍କା ଦେଇନଥିଲେ ।

ଯାହାକୁ ନେଇ ଡିସେମ୍ବର ୨ରେ ସ୍କାଏ କିଙ୍ଗ ପକ୍ଷରୁ ଭୁବନେଶ୍ବର ଖାରବେଳ ନଗର ଥାନରେ ଉଭୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ପୁଅ ଆକାଶଙ୍କୁ ସ୍କାଏ କିଙ୍ଗ ସଂସ୍ଥା ସହ ପରିଚୟ କରାଇଥିଲେ ଆଇଏଫଏସ୍‌ ଅଭୟକାନ୍ତ ପାଠକ । ସେପଟେ ନିଜକୁ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ଫେକ୍‌ ଲୋଗୋ ଓ ଲେଟରା ପ୍ୟାଡ୍‌ରେ ଚିଠି ଲେଖି ଚାର୍ଟର ଫ୍ଲାଇଟ୍‌ ଓ ବିଭିନ୍ନ ନାମୀ ଦାମୀ ହୋଟେଲରେ  ରୁମ୍‌ ବୁକ୍‌ କରୁଥିଲେ ଆକାଶ ପାଠକ ।

ମଙ୍ଗଳବାର ଅଭୟକାନ୍ତଙ୍କୁ ରିମାଣ୍ଡରେ ନେବା ପୂର୍ବରୁ ଆକାଶ ପାଠକଙ୍କୁ ସ୍କାଏ କିଙ୍ଗ ଠକେଇ ମାମଲାରେ ୪ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍‌ ପୋଲିସ । ଏହି ମାମଲାରେ ଆକାଶଙ୍କ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିବା ପରେ ଏବେ ବାପା ଅଭୟକାନ୍ତଙ୍କ ଠାରୁ ସତ ଓଗାଳିବ କମିଶନରେଟ୍‌ ପୋଲିସ ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଅ ଅଭିଯୋଗରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି । ସେହି ଭଳି ଟାଟା ମୋଟର୍ସ ନିଯୁକ୍ତି ଠକେଇରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆକାଶ ପାଠକଙ୍କୁ ଗିରଫ କରି ଜେଲ୍‌ ପଠାଇଛି କ୍ରାଇମବ୍ରାଞ୍ଚ । ସେହିଭଳି ପାଠକ ବାପା-ପୁଅଙ୍କ ସମେତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ମିଳିଥିବା ବେଳେ ବେନାମୀ ଟଙ୍କା କାରବାରର ଖୋଳତାଡ଼ କରୁଥିବା ପ୍ରବର୍ତନ ନିର୍ଦେଶାଳୟ ବା ଇଡି ଏହି ୩ଜଣଙ୍କୁ ଖୁବ୍‌ ଶୀଘ୍ର ଜେରା କରିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.