ଜାମିନ ଆବେଦନ କଲେ ଦୁଇ ଭାବି ସମୁଦୀ: ହାଇକୋର୍ଟର ଦ୍ଵାରସ୍ଥ ହେଲେ ଅଭୟକାନ୍ତ ପାଠକ, ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ ଗଲେ ପ୍ରଦୀପ

Published By : Prameya-News7 Bureau | December 04, 2020 IST

ଭୁବନେଶ୍ଵର ୦୪।୧୨: ଅମାପ ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଆଇଏଫଏସ ଅଭୟକାନ୍ତ ପାଠକ ଏବଂ ଜାଲିଆତି ଓ ଠକେଇ ମାମଲାରେ ଗିରଫ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ଆବେଦନ କରିଛନ୍ତି। ଉଭୟ ସମୁଦୀ ଏବେ ଜାମିନ ପାଇଁ ଅଦାଲତ ଦ୍ଵାରସ୍ଥ ହୋଇଛନ୍ତି। ଅଭୟକାନ୍ତ ପାଠକ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ସେପଟେ ପ୍ରଦୀପ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜରେ ଜାମିନ ଆବେଦନ କରିଛନ୍ତି।

ଭିଜିଲାନ୍ସ ମାମଲାରେ ହାଇକୋର୍ଟର ଦ୍ଵାରସ୍ଥ ହେଲେ ପାଠକ। ପୂର୍ବରୁ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ଅଭୟଙ୍କ ଜାମିନ ଖାରଜ ହୋଇଥିଲା। ଏବେ ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ କରିଛନ୍ତି। ପାଠକଙ୍କୁ ଭିଜିଲାନ୍ସ ନଭେମ୍ଵର ୨୭ରେ ଗିରଫ କରାଯାଇଥିଲା। ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରୁ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡାକୁ ୧୪ ଦିନିଆ ବିଚାର ବିଭାଗୀୟ  ହାଜତକୁ ପଠାଇ ଦିଆଯାଇଥିଲାୱ ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ଆବେଦନ କରିଛନ୍ତି। ଗତ କାଲି ଏସଡିଜେଏମ କୋର୍ଟରେ ଜାମିନ ଖାରଜ ହୋଇଥିଲା। ଜାଲିଆତି ଓ ଠକେଇ ମାମଲାରେ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

ସୂଚନାଯୋଗ୍ୟ, ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗୁରୁବାର ଗୁରୁବାର ସନ୍ଧ୍ୟାରେ ପ୍ରଦୀପଙ୍କୁ ଗିରଫ କରିଥିଲା। ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଧାରିତ ମାମଲାରେ ପ୍ରଦୀପ ଗିରଫ ହୋଇଛନ୍ତି। ଟାଟା କମ୍ପାନୀରେ ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇ ପ୍ରଦୀପ ଆକାଶ ପାଠକଙ୍କ ପକ୍ଷରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮,  ୪୬୯, ୪୭୧ ଓ ୧୨୦(ଖ)ରେ ମାମଲା ରୁଜୁ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.