Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ସିନିୟର ପାଠକ ମାନିଗଲେ, ‘ପୁଅ ଟାଟା କମ୍ପାନୀରେ ଚାକିରି କରିନଥିଲା’ ; ରିମାଣ୍ଡ ଶେଷ, ଅଭୟ ଫେରିଲେ ଜେଲ୍‌

24/12/2020 at 11:37 AM

ଭୁବନେଶ୍ବର ୨୪।୧୨: ସ୍କାଏ କିଙ୍ଗ ଠକେଇ ମାମଲା । ସରିଲା ଅଭୟ ପାଠକଙ୍କ ୨ ଦିନିଆ ରିମାଣ୍ଡ ଅବଧି । ସ୍ବାସ୍ଥ୍ୟ ପରୀକ୍ଷା ପରେ ଭୁବନେଶ୍ବର SDJM କୋର୍ଟରେ ହାଜର କରାଇଲା ପୋଲିସ । ରିମାଣ୍ଡରେ ନେଇ ଠକେଇ ମାମଲାରେ ଅଧିକ ଖୋଳତାଡ କରିଛି ପୋଲିସ । ପୁଅ ଆକାଶ ଟାଟା କମ୍ପାନୀରେ ଚାକିରି କରିନଥିବା ସ୍ବୀକାର କଲେ ଅଭୟ ।

ସୂଚନାଯୋଗ୍ୟ ଯେ,  ଟ୍ରାଭେଲ ଏଜେନ୍ସି ‘ସ୍କାଏ କିଙ୍ଗ୍‌’ ସହ ପାଠକ ଫ୍ୟାମିଲି ପ୍ରାୟ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କା ବିଲ୍‌ ଆସିଥିଲା । କିନ୍ତୁ ପାଠକ ଫ୍ୟାମିଲି ଏଥିରୁ ମାତ୍ର ୨ କୋଟି ୧୩ ଲକ୍ଷ ୨୨ ହଜାର ୮୫୪ ଟଙ୍କା ଟ୍ରାଭେଲ୍‌ ଏଜେନ୍ସିକୁ ଦେଇଥିଲେ । ବଳକା ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେବାକୁ ରୋକ୍‌ଠୋକ୍‌ ମନା କରିଥିଲେ । ଏହାପରେ ବିମାନ ସେବା ବନ୍ଦ କରିବାକୁ ଟ୍ରାଭେଲ୍‌ ଏଜେନ୍ସି ନିଷ୍ପତ୍ତି ନେଇଥିଲେ । ବିମାନରେ ବୁଲିବା ସଉକ ପାଲଟିଥିବା ପାଠକ ପ୍ୟାମିଲିକୁ ବାଧିଥିଲା । ପଲିଟିକାଲ୍‌ ପାୱାର ଦେଖାଇ ଏଜେନ୍ସି କର୍ମଚାରୀଙ୍କୁ ବାପା-ପୁଅ ଧମକ ଚମକ ଦେଇଥିଲେ । ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଏଜେନ୍ସି ।

   Related Posts