ଜଣାଶୁଣା ଶିକ୍ଷାବିତ୍ ଅଭୟ ପାଢ଼ୀଙ୍କ ପରଲୋକ

Published By : Prameya-News7 Bureau | September 21, 2020 IST

ସମ୍ବଲପୁର୨୧/୯: ସୋମବାର ବରଗଡ଼ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୭୨ ବର୍ଷ ବୟସରେ ସମ୍ବଲପୁରର ଜଣାଶୁଣା ଶିକ୍ଷାବିତ, ଲେଖକ, କ୍ରୀଡା ସଙ୍ଗଠକ ତଥା ଉଦଘୋଷକ ଅଭୟ ପାଢ଼ୀଙ୍କ ପରଲୋକ। ସେ ସମଗ୍ର ପଶ୍ଚିମ ଓଡିଶାର ତଥା ରାଜ୍ୟ ସ୍ତରରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ। ସେ ଏକାଧାରରେ ଜଣେ ଶିକ୍ଷାବିତ, କ୍ରୀଡା ସଙ୍ଗଠକ, କଳା ଓ ସଂସ୍କୃତି କ୍ଷେତ୍ରରେ ଜଣାଶୁଣା ବ୍ୟକ୍ତିତ୍ୱ ତଥା ଲେଖକ ଥିଲେ।

ସେ ଅଧ୍ୟାପକ ଭାବେ ଅବସର ନେବା ପରେ IIMC ଢେଙ୍କାନାଳର ଫେକଲ୍ଟି ମେମ୍ବର ଥିଲେ। ଏହା ସହ ସେ ଆକାଶବାଣୀ ସମ୍ବଲପୁର ଓ କଟକରେ ଷ୍ଟେସନ ଡାଇରେକ୍ଟର ଭାବେ କାର୍ଯ୍ୟ କରି ସାରିଛନ୍ତି। ଏହା ସହ ସେ ପ୍ରସାର ଭାରତୀର ଉପ ମହାନିର୍ଦେଶକ ଭବେ ଅବସର ନେଇ ସାରିଥିଲେ।

ଆକାଶବାଣୀ ସମ୍ବଲପୁରରେ ଆସୁଥିବା ତାଙ୍କର କାର୍ଯ୍ୟକ୍ରମ 'ଟିକେ ଶୁନତ' ବେଶ ଲୋକପ୍ରିୟ ଥିଲା। ସେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ ପ୍ରମୂଖ ସଚିବ ଡ଼ ପ୍ରମୋଦ ମିଶ୍ରଙ୍କ ବାଲ୍ୟ ବନ୍ଧୁ ତଥା ସହପାଠୀ ଥିଲେ। ସେ ତାଙ୍କ ପଛରେ ତାଙ୍କ ସ୍ତ୍ରୀ, ଝିଅ ଓ ଜୁଆଇଁ ଙ୍କୁ ଛାଡି ଯାଇଛନ୍ତି। ସେ ପୂର୍ବରୁ ହୃଦରୋଗ ସମସ୍ୟା ସହ ସଂଘର୍ଷ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.