ଡିଜିପି ଭାବେ ଦାୟିତ୍ୱ ନେଲେ ଅଭୟ

Published By : Prameya-News7 Bureau | December 09, 2019 IST

କଟକ - ଡିଜି ପୁଲିସ ଭାବେ ୧୯୮୬ ବ୍ୟାଚ ଆଇପିଏସ୍‌ ଅଧିକାରୀ ଅଭୟ ନୂଆ ପୁଲିସ୍‌ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ ପୁଲିସ ମୁଖ୍ୟାଳୟରେ ନୂଆ ଡିଜିପିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା ।

ଅନ୍ତରୀଣ ଡିଜି ଅବସ୍ଥାପିତ ସତ୍ୟଜିତ ମହାନ୍ତି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।

{"id":195687,"sizeSlug":"large"}


ଗତ ନଭେମ୍ବର ୨୦ ତାରିଖ ଦିନ ପୋଲିସ ଓ ଅଗ୍ନିଶମ ଡିଜି ଅବସ୍ଥାପିତ ଥିବା ବିଜୟ କୁମାର ଶର୍ମା ଗୃହ ବିଭାଗକୁ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି) ଭାବେ ବଦଳି ହୋଇଥିଲେ। ସରକାର ତାଙ୍କ ସ୍ଥାନରେ ଓଡିଶା କ୍ୟାଡରର ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ଅଭୟଙ୍କୁ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତ କରିଥିଲେ।

ତେବେ ଅଭୟ ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଆକାଡେମୀ (ଏସଭିଏନପିଏ) ରେ ଅବସ୍ଥାପିତ ଥିବାରୁ ଅଚାନକ ଦାୟିତ୍ୱଗ୍ରହଣ କରିପାରିନଥିଲେ। ଏଣୁ ସତ୍ୟଜିତ ମହାନ୍ତିଙ୍କୁ ଅନ୍ତରିଣ ଡିଜି ନିଯୁକ୍ତ କରିଥିଲେ। ଏଣୁ ଅଭୟ ଏବେ ଏସଭିଏନପିଏରୁ ଦାୟିତ୍ୱମୁକ୍ତ ହୋଇ ସାରିଥିବାରୁ ରାଜ୍ୟ ପୋଲିସ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ।

୨୦୧୦ ମସିହାରେ ରାଷ୍ଟ୍ରପତି ପୋଲିସ ମେଡାଲରେ ସମ୍ବର୍ଦ୍ଧିତ ଅଭୟ ଏସଭିଏନପିଏ ପୂର୍ବରୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମହାନିର୍ଦ୍ଦେଶକ ଅବସ୍ଥାପିତ ଥିଲେ। ଏକଦା କମନୱେଲଥ ଫଣ୍ଡ ବୈଷୟିକ ସହଯୋଗ ନିମନ୍ତେ ଅନ୍ତର୍ଜାତୀୟ ଡେପୁଡେଟସନରେ ଥିବା ଅଭୟ ୭ ବର୍ଷ ସିବିଆଇରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଓଡିଶା ସିବିଆଇ ଦୁର୍ନୀତି ନିବାରଣ ଶାଖାର ନେତୃତ୍ୱ ନେଇଥିବା ବେଳେ ନୂଆଦିଲ୍ଲୀରେ ବ୍ୟାଙ୍କ ଫ୍ରଡ ଓ ସିକ୍ୟୁରିଟି ସେଲ ଡିଆଜି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଏହା ଛଡା ସେ ସିଆରପିଏଫର ଏଡିଜି (ଟ୍ରେନିଂ) ଓ ସିବିଆଇ ଆକାଡେମୀର ନିର୍ଦ୍ଦେଶକ ମଧ୍ୟ ଅବସ୍ଥାପିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.