ପୁଅ ପରେ ବାପ: ଅଭୟ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ୍
21/12/2020 at 1:50 PM

ଭୁବନେଶ୍ବର୨୨୧/୧୨: ପୁଅ ଆକାଶ ପାଠକ ପରେ ବାପା ଅଭୟ ପାଠକଙ୍କୁ ରିମାଣ୍ଡ ନେବ ପୋଲିସ୍। ଏ ନେଇ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟ କମିଶନରେଟ୍ ପୋଲିସ୍ ଆବେଦନ କରିଛି। ସ୍କାଏ କିଙ୍ଗ ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରିପାରେ। ୨ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯାଇଛି।
ବୁଧବାର କୋର୍ଟରେ ଆକାଶ ପାଠକ, ଅଭୟ ପାଠକ ଏବଂ ସର୍ବେଶ୍ବରଙ୍କ ଶୁଣାଣି ହୋଇପାରେ। ବିଭିନ୍ନ ଠକେଇ ମାମଲାରେ ଛନ୍ଦି ହୋଇପଡିଥିବା ବାପ-ପୁଅଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଆଜି ଆକାଶ ପାଠକଙ୍କ ରିମାଣ୍ଡର ଅବଧି ଶେଷ ହୋଇଛି। ପୁଣି ଥରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି।
Related Posts
ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ
16 January 2021