Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ଏବିଇଓ ଶିବାନୀ ମୁଦୁଲି ସାଜିଛନ୍ତି ପାହାଡି କନ୍ୟା, ଦାୟିତ୍ବ ଆଗରେ ହାର୍ ମାନିଛି ପ୍ରତିବନ୍ଧକ

26/11/2019 at 3:00 PM

ଜୟପୁର ୨୬।୧୧ : ଦାୟିତ୍ବ ଆଗରେ ହାର ମାନିଛି ପ୍ରତିବନ୍ଧକ। ପ୍ରତିକୂଳ ପରିସ୍ଥିତିରେ ବି ସେ ନିଷ୍ଠାର ସହ କରିଛନ୍ତି କର୍ତ୍ତବ୍ୟ ।  ଦୁର୍ଗମ ରାସ୍ତା ହେଉ କି ନିଛାଟିଆ ମାଓ ପ୍ରବଣ ଜଙ୍ଗଲ ଅବା ନଦୀ ନାଳ।କେତେବେଳେ ଚାଲିଚାଲି ତ ଆଉ କେତେବେଳେ ନଦୀ ପାର ହୋଇ ସ୍କୁଲରେ ପହଞ୍ଚି ଯାଆନ୍ତି । ଆଉ ଏହି ପ୍ରେରଣାଦାୟୀ ମହିଳା ଅଧିକାରୀ ଜଣଙ୍କ ହେଉଛନ୍ତି ମାଓପ୍ରବଣ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶିବାନୀ ମୁଦୁଲି ।

ମାଓ ପ୍ରବଣ ନିଛାଟିଆ ଦୁର୍ଗମ ପାହାଡିଆ ରାସ୍ତା ।ଚାରିଆଡେ କେବଳ ଘଞ୍ଚ ଜଙ୍ଗଲ। ପାଦେ ପାଦେ ରହିଛି ବିପଦ। ଅନେକ ସମୟରେ ଭରା ନଈ ପାର ବି ହେବାକୁ ହୁଏ। ତଥାପି ଏସବୁକୁ ଖାତିର ନକରି ଆଗକୁ ଆଗ ବଢି ଚାଲିଛି ମହିଳା ଅଧିକାରୀଙ୍କ ପାଦ। ବର୍ଷ ବର୍ଷ ଧରି ଏଭଳି ନିଜ ଦାଇତ୍ଵ ସମ୍ପନ୍ନ କରି ଆସୁଛନ୍ତି ମାଓ ପ୍ରବଣ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ  ଶିବାନୀ ମୁଦୁଲି।

ଖଇରପୁଟ ବ୍ଲକରେ ମୋଟ୍ ୧୧୯ଟି ପ୍ରାଥମିକ ବିଦ୍ୟାଳୟ ରହିଛି।ଆଉ ଅନେକ ସ୍କୁଲ ଏପରି ଦୁର୍ଗମ ସ୍ଥାନରେ ଥିବାବେଳେ ପ୍ରତିଟି  ସ୍କୁଲ ମନଟରିଂ ଦାୟିତ୍ବ ଏବେ ମାଡାମଙ୍କ କାନ୍ଧରେ। ଆଉ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ମାଡାମ ନିଜ ଦାୟିତ୍ବରେ କେବେ ଅବହେଳା କରି ନାହିଁନ୍ତି। ଆଉ ମାଡାମଙ୍କ ଏପରି ସାହାସିକତା ଓ ଧର୍ଯ୍ୟକୁ ନେଇ ସ୍ଥାନୀୟ ଅଂଚଳରେ ତାଙ୍କୁ ମିଳୁଛି ପ୍ରଶଂସା।

ମାଲକାନଗିରି ଜିଲ୍ଲାର ଏହି ଖଇରପୁଟ ବ୍ଲକ ଶିକ୍ଷା, ଗମନାଗମନଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବାରେ ସବୁବେଳେ ପଛରେ । ଆଉ ଏହି ବ୍ଲକଟି ଏକ ମାଓ ପ୍ରବଣ ବ୍ଲକ ହୋଇଥିବାରୁ ବିକାଶମୂଳକ କାମ ବି  ଦିଗହରା । ବ୍ଲକର ଗୋଜିଆଗୁଡା, ବଡଡୁରାଲ, ମାଡକାପଦର, ଅଣ୍ଡାହାଲ, ମୁଦୁଲିପଡା ପରି ଗାଁ ଦୁର୍ଗମ ଅଂଚଳ ହୋଇଥିବାରୁ ଅଧିକାଂଶ ସମୟରେ ଅଧିକାରୀଙ୍କ ଏଠାରେ ପାଦ ପଡେ ନାହିଁ।

ଏଭଳି ସ୍ଥିତିରେ କିନ୍ତୁ କେବେ ବି ପଛଘୁଞ୍ଚା ଦେଇନାହାନ୍ତି ଶିବାନୀ ମାଡାମ୍ । ନିସ୍ବାର୍ଥପୁର ଭାବେ ନିଜ କର୍ତ୍ତବ୍ୟ କରିବା ସହ ଗାଁର ସମସ୍ୟା ତୁରନ୍ତ ସମାଧାନ କରିବାକୁ ପ୍ରଶାସନ ନିକଟରେ ନ୍ୟୁଜ ୭ ମାଧ୍ୟମରେ ଦାବି କରିଛନ୍ତି।

   Related Posts