ଅବଦୁଲ କଲାମଙ୍କ ୯୦ ତମ ଜୟନ୍ତୀ ଉତ୍ସବ ପାଳିତ

Published By : Prameya-News7 Bureau | October 16, 2021 IST

ଚଣ୍ଡିଖୋଲ ୧୬।୧୦: ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଡଃ ଏ. ପି. ଜେ. ଅବଦୁଲ କଲାମଙ୍କ ୯୦ ତମ ଜୟନ୍ତୀ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଯାଜପୁର ଜିଲ୍ଲା ଚଣ୍ଡିଖୋଲ ପ୍ରୟାସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଚଣ୍ଡିଖୋଲ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦର୍ପଣ ତହସିଲଦାର, ଭୁଶୁଣ୍ଡପୁର ସରପଞ୍ଚ ଯୋଗ ଦେଇଥିଲେ।

ଶୁକ୍ରବାର ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ସାରା ଦେଶ ଅବଦୁଲ କଲାମଙ୍କୁ ମନେ ପକାଇଛି। ଅବଦୁଲ କଲାମ ଗରିବ ପରିବାରରେ ଜନ୍ମ ହୋଇ ଥିଲେ ସୁଦ୍ଧା ଦେଶର ଅନ୍ୟତମ ଲୋକପ୍ରିୟ ରାଷ୍ଟ୍ରପତି ହୋଇଥିଲେ। କଲାମଙ୍କ ସ୍ୱତନ୍ତ୍ର ପରିଚୟ ହେଲା ସେ ମିସାଇଲ ମ୍ୟାନ ଭାବେ ଜଣାଶୁଣା। ତାଙ୍କର ଚଣ୍ଡିଖୋଲ ପାଇଁ ବେଶ ଅବଦାନ ରହିଛି। ଆଗାମୀ ଯୁବ ପିଢ଼ି କଲାମଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.