ଆଣବିକ ବୋମାର ଜନକ ଅବଦୁଲ କାଦିର ଖାନଙ୍କ ପରଲୋକ, ୮୫ ବର୍ଷ ବୟସରେ ଦେହାନ୍ତ

Published By : Prameya-News7 Bureau | October 10, 2021 IST

ପାକିସ୍ତାନ ୧୦/୧୦: ପାକିସ୍ତାନରେ ଆଣବିକ ବୋମାର ଜନକ’ ଅବଦୁଲ କାଦିର ଖାନଙ୍କ ପରଲୋକ । କିଛିଦିନ ଅସୁସ୍ଥ ରହିବା ପରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ପାକିସ୍ତାନକୁ ବିଶ୍ୱର ସର୍ବପ୍ରଥମ ଆଣବିକ କ୍ଷମତାସମ୍ପନ୍ନ ଇସ୍ ଲାମୀୟ ଦେଶରେ ପରିଣତ କରିଥିବାରୁ ପରମାଣୁ ବିଜ୍ଞାନୀ ଅବଦୁଲ କାଦିର ଖାନ୍ ଜାତୀୟ ‘ହିରୋ’ ଭାବେ ପରିଚିତ ।

କିନ୍ତୁ କେତେକ ଦେଶକୁ ଚୋରାରେ ଆଣବିକ ବୋମା ପ୍ରସ୍ତୁତି ଜ୍ଞାନ କୌଶଳ ସେ ଯୋଗାଇ ଦେଇଥିବାରୁ ନିନ୍ଦିତ ହୋଇଥିଲେ। ଇସଲାମାବାଦସ୍ଥିତ କେଆରଏଲ୍ ହସ୍ପିଟାଲ୍ ’ରେ ସେ ପ୍ରାଣ ହରାଇଛନ୍ତି। ଗତ ଅଗଷ୍ଟ ମାସରେ ସେ କରୋନାରେ ଆକ୍ରାନ୍ତ ହୋଇ ଏହାପରେ ସୁସ୍ଥ ହୋଇଥିଲେ। କିଛି ସପ୍ତାହ ତଳେ ସେ ଘରକୁ ଚାଲିଯାଇଥିଲେ। କିନ୍ତୁ, ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.