Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ପାରାଦୀପ : ଟ୍ରେନ୍ ଲାଇନ୍ କଡରୁ ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କୋଭିଡ୍ ପଜିଟିଭ୍, ୩୩୭୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଳେଶ୍ବର : ମୋବାଇଲ୍ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ
  • ||

ଡ୍ରଗ୍ସ ମାମଲାରେ ଫିଲ୍ମ ABCD କୋରିଓଗ୍ରାଫର କିଶୋର ସେଟ୍ଟୀ ଗିରଫ

19/09/2020 at 2:17 PM

ମୁମ୍ବାଇ ୧୯/୦୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଏଙ୍ଗଲରୁ ତଦନ୍ତ ପରେ ଏନସିବି ଯାଞ୍ଚ ଜାରି ରହିଛି । ମଙ୍ଗଲୁରୁ କ୍ରାଇମ ବ୍ରାଞ୍ଚ ପୋଲିସ ଶନିବାର ଦିନ ଡ୍ରଗ୍ସ ମାମଲାରେ କୋରିଓଗ୍ରାଫର କିଶୋର ସେଟ୍ଟୀଙ୍କୁ ଗିରଫ କରିଛି । ତାଙ୍କ ଉପରେ ଡ୍ରଗ୍ସ ରଖୁଥିବା ଆରୋପ ହୋଇଛି । ମାମଲାରେ ତାଙ୍କୁ ପଚରାଉଚୁରା ଜାରି ରହିଛି । କିଶୋର ସେଟ୍ଟୀ ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୁଜାଙ୍କ ଫିଲ୍ମ ABCD ରେ କାମ କରିଛନ୍ତି । ରିଆଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ ।

ମଙ୍ଗଲୁରୁ ପୋଲିସ ବିଭାଗ ସୂତ୍ର ଅନୁଯାୟୀ, ସେ ମୁମ୍ବାଇରୁ ମଙ୍ଗଲୁରୁକୁ ଡ୍ରଗ୍ସ ସପ୍ଲାଏ କରୁଥିଲେ । ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଖବର ଅନୁଯାୟୀ, କୋରିଓଗ୍ରାଫର କିଶୋର ସେଟ୍ଟୀଙ୍କ ବିରୋଧରେ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି । ମଙ୍ଗଲୁରୁ ପୋଲିସ ଆୟୁକ୍ତ ବିକାଶ ଏହି ମାମଲାର ଔପଚାରିକତା ପୁରା ହେବାପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ମାମଲାର ପର୍ଦାଫାଶ କରିବେ ।

ନିକଟରେ ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଯାଞ୍ଚ ଏଜେନ୍ସି ଏନସିବିକୁ ଆଉ ଏକ ସଫଳତା ମିଳିଛି । ଏନସିବି ମୁମ୍ବାଇରେ ଡ୍ରଗ୍ସ ପେଡ଼ଲର  ରାହୁଲ ବିଶ୍ରାମ ନାମକ ଯୁବକକୁ ଏକ କିଲୋ ଚରସ ସହ ହେପାଜତକୁ ନେଇଛି ।

   Related Posts