ମାତ୍ର ୫ ମିନିଟ୍‌ରେ କରୋନା ପରୀକ୍ଷା: ଆମେରିକାର ଏବଟ୍ ଲ୍ୟାବ୍ ତିଆରି କରିଛି କୋଭିଡ୍ ୧୯ ଟେଷ୍ଟ କିଟ୍

Published By : Prameya-News7 Bureau | March 28, 2020 IST

ଓ୍ଵାଂଶିଟନ୍ ୨୮।୦୩: କରୋନା ଭାଇରସ୍ କାରଣରୁ ସମଗ୍ର ଦୁନିଆରେ ହାହାକାର ସ୍ଥିତି ମଧ୍ୟରେ ଆମେରିକାର ଏବଟ୍‌ ଲାବୋରାଟୋରୀ ନୂତନ କୋଭିଡ୍ ୧୯ ଟେଷ୍ଟ ଆରମ୍ଭ କରିଛି, ଯାହା ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ। ଏବଟ୍‌ ଲାବୋରାଟୋରୀ ଦ୍ଵାରା ପ୍ରସ୍ତୁତ ଟେଷ୍ଟ କିଟ୍ ଜରିଆରେ କରୋନା ଭାଇରସ ପରୀକ୍ଷଣ ୫ ମିନିଟ୍‌ରେ ହେବା  ସହିତ ରିପୋର୍ଟ ଖୁବ୍ ଶୀଘ୍ର ମିଳି ପାରୁଥିବା ବ୍ଲମବର୍ଗ ନିଜର ରିପୋର୍ଟରେ ପ୍ରକାଶ କରିଛି।

ଏବଟ୍‌ ଡାଇଗ୍ନୋଷ୍ଟିକ୍ର ଅନୁସନ୍ଧାନ ଓ ବିକାଶର ଉପାଧ୍ୟକ୍ଷ ଜନ ଫ୍ରେଲ୍ସ ବ୍ଲୁମର୍ଗକୁ କହିଛନ୍ତି ଯେ, ଏପ୍ରିଲ ୧ରୁ ପ୍ରତି ଦିନ ୫୦ ହଜାର କରୋନା ପରୀକ୍ଷଣ କରିବାକୁ ଯୋଜନା ରଖାଯାଇଛି। ଆଣବିକ ପରୀକ୍ଷଣରେ କରୋନା ଯାଞ୍ଚ ପାଞ୍ଚ ମିନିଟ୍ ସମୟ ଲାଗୁଛି। ୧୩ ମିନିଟ୍‌ରେ ରିପୋର୍ଟ ମିଳିବ ପାରିବ ବୋଲି ସେ କହିଛନ୍ତି।

ବାସ୍ତବରେ ଏହା  କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଆଗ ଧାଡିର ଲୋକଙ୍କ ପାଇଁ ସବୁଠୁ ଅଧିକ ଫଳପ୍ରଦ ହୋଇପାରେ। ଏହି ନୂତନ ପରୀକ୍ଷଣ ଜରିଆରେ ବହୁ ସଂଖ୍ୟାରେ ସଂକ୍ରମିତଙ୍କ ପରୀକ୍ଷଣ କରାଯାଇ ନିଦାନ କରାଯାଇ ପାରିବ। ଫଳରେ ଗୋଟିଏ କ୍ଲିନିକରେ ବହୁତ ଶୀଘ୍ର କରୋନା ପରୀକ୍ଷଣ କରାଯିବା ସହ ରିପୋର୍ଟ ମଧ୍ୟ ମିଳି ପାରିବ।

{"id":245485,"sizeSlug":"large"}

ନୂତନ ପରୀକ୍ଷଣ କେନ୍ଦ୍ର ଏବଟ୍ଟର ଆଇଡି ପ୍ଲାଟଫର୍ମରେ ନିର୍ମିତ। ଏହି ପରୀକ୍ଷଣ କେନ୍ଦ୍ରକୁ ଇନ୍‌ଫ୍ଲୁଏଞ୍ଜା, ଷ୍ଟ୍ରେପ୍ ଗଳା ଏବଂ ଶ୍ୱାସକ୍ରିୟା ସିନ୍ସିଟିଆଲ୍ ଜୀବାଣୁ ଚିହ୍ନଟ କରିବାରେ ବହୁଳ ଭାବରେ ବ୍ୟବହୃତ କରାଯାଏ। କରୋନା ପରୀକ୍ଷଣ ପୂର୍ବରୁ ନାକ ଓ ଗଳା ପଛ ପଟୁ ସ୍ଵାବ ନିଆଯାଏ। ସ୍ଵାବକୁ ଏକ ରାସାୟନିକ ପଦାର୍ଥ ସହ ମିଶାଯାଏ ଏବଂ ଏହାକୁ ଆଇଡି ନାଓ ସିଷ୍ଟମରେ ଢାଳି ଦିଆଯାଏ। ଏହି ପ୍ରଣାଳୀ ଜରିଆରେ କରୋନା ଭାଇରସକୁ ଚିହ୍ନଟ କରିଯାଏ।

ଆଇଇଡି ନାଓ ସିଷ୍ଟମ ଏକ ଛୋଟ ବାକ୍ସ। ଏହାର ଓଜନ ମାତ୍ର ୭ ପାଉଣ୍ଡ ହେବ। ଏହାକୁ କେବଳ ସୁବିଧା ଜନକ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପରୀକ୍ଷଣ କାମରେ ବ୍ୟବହାର କରାଯାଇ ପାରିବ ତାହା ନୁହଁ ବରଂ ଏହାକୁ କୌଣସି ବି ସମୟରେ  ବ୍ୟବହାର କରାଯାଇ ପାରିବ। ସରକାର ସହ କାମ କରୁଥିବା ଏବଟ୍ ଲ୍ୟାବ୍ ସରକାରଙ୍କୁ ସୁନିଶ୍ଚିତ କରିବାକୁ କହିଛି ଯେ, ପ୍ରଥମେ ଏହି ମେସିନକୁ ସେହି ସ୍ଥାନକୁ ନିଆଯାଉ ଯେଉଁଠି ଏହାର ଅତି ଆବଶ୍ୟକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.