‘ରାଧେ ମା ସନ୍ଥ ନୁହନ୍ତି, ତାଙ୍କୁ ନାଚ ଗୀତ ଆସେ’- ଆଖଡା ପରିଷଦ
14/10/2020 at 3:19 PM

ନୂଆଦିଲ୍ଲୀ ୧୪/୧୦: ଲୋକପ୍ରିୟ ଟିଭି ରିୟଲିଟି ଶୋ’ ବିଗବସ୍ ୧୪ର ମୁଖ୍ୟ ଅଂଶ ହୋଇଛନ୍ତି ରାଧେ ମା’। ଯଦିଓ ସେ ଏବେ ପ୍ରତିଯୋଗୀ ଭାବେ ନଜର ଆସୁ ନାହାନ୍ତି। ମାତ୍ର ଘରକୁ ତାଙ୍କର ଯିବା ଆସିବା ଲାଗି ରହିବ। ତାକୁ ବିଭିନ୍ନ ଅବସରରେ ଶୋ’ରେ ଏଣ୍ଟ୍ରି ମିଳିବ। ମାତ୍ର ରାଧେ ମା’ ନିଜକୁ ରିୟଲିଟି ଶୋ’ରେ ଯୋଡିବା ଆଖଡା ପରିଷଦକୁ ପସନ୍ଦ ଆସି ନାହିଁ। ସେଥିପାଇଁ ସେ ରାଧେ ମାଙ୍କୁ ସନ୍ଥ ବୋଲି ବିଚାର କରୁ ନାହାନ୍ତି।
ଅଖିଳ ଭାରତୀୟ ଆଖଡ଼ା ପରିଷଦ ତରଫରୁ ଜାରି କରାଯାଇଥିବା ବୟାନରେ ସ୍ପଷ୍ଟ କରାଯାଇଛି ଯେ ରାଧେ ମା କୌଣସି ସନ୍ଥ ନୁହନ୍ତି ଓ ତାଙ୍କୁ ଧର୍ମ ବିଷୟରେ କିଛି ଜଣା ନାହିଁ। ଏହାର ଅଧ୍ୟକ୍ଷ ନରେନ୍ଦ୍ର ଗିରି କହିଛନ୍ତି, ରାଧେ ମା’ କୌଣସି ସନ୍ଥ ନୁହନ୍ତି। ସେ କୌଣସି ଆଖଡ଼ା ସହ ଜଡ଼ିତ ନାହାନ୍ତି। ପ୍ରଥମେ ତାଙ୍କୁ ଜୁନା ଆଖଡା ପକ୍ଷରୁ ମହାମଣ୍ଡଳେଶ୍ବର ଉପାଧି ମିଳିଥିଲା। ମାତ୍ର ଯେତେବେଳେ ତାଙ୍କର ଅସଲ ରଙ୍ଗ ସାମ୍ନାକୁ ଆସିଲା ସେଠାରୁ ବାହାର କରି ଦିଆଗଲା। ତାଙ୍କୁ ଧର୍ମ ବିଷୟରେ କିଛି ଜଣା ନାହିଁ। ସେ ନାଚ ଗୀତ କରିପାରନ୍ତି। କାରଣ ଏବେ ତାଙ୍କୁ ଅଖିଳ ଭାରତୀୟ ଆଖଡ଼ା ପରିଷଦରୁ ଅଲଗା କରି ଦିଆଯାଇଛି। ଏଣୁ ସେ କୌଣସି ରିୟଲିଟି ଶୋ’ରେ ଭାଗ ନେବାର ଅନୁମତି ମିଳିଛି।
ସୂଚନାଯୋଗ୍ୟ ପ୍ରତିଯୋଗୀ ନ ହୋଇ ରାଧେ ମା’ ଏହି ଶୋ’ରେ ସାମିଲ ହେବେ। କୁହାଯାଉଥିଲା ସେ ସପ୍ତାହେ ପାଇଁ ଶୋ’ରେ ନଜର ଆସିବେ। ମାତ୍ର ଏବେ ତାଙ୍କୁ ଗେଷ୍ଟ ଶୋ’ ବିନା ମଧ୍ୟ ବିଗବସକୁ ଆମନ୍ତ୍ରଣ କରାଯିବ। ମଝିରେ ମଝିରେ ସେ ବିଗବସ ପ୍ରତିଯୋଗୀଙ୍କ ସହ ପରିଚୟରେ ରହିବେ। ଗତ ଶୋ’ରେ ରାଧେ ମା’ ଘରର ଅନ୍ୟ ପ୍ରତିଯୋଗୀଙ୍କ ସହ ଆଲୋଚନା ହେବା ବେଳେ ତାଙ୍କ ମତ ସମସ୍ତଙ୍କ ଠାରୁ ଭିନ୍ନ ଥିଲା।