୨୩ ବଲରେ ଏବି ଡିଭିଲର୍ସଙ୍କ ଅର୍ଦ୍ଧଶତକ, ପୋଲାର୍ଡଙ୍କ ରେକର୍ଡ ସହ ହେଲେ ସମକକ୍ଷ

Published By : Prameya-News7 Bureau | October 13, 2020 IST

ଦୁବାଇ, ୧୩୧୦:   କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ମ୍ୟାଚ୍ ଜିତିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ପହଁଚିଛି । ଏହି ମ୍ୟାଚରେ ବାଙ୍ଗାଲୋର କୋଲକାତାକୁ ୮୨ ରନରେ ମାତ୍ ଦେଇଥିଲା । ମିଷ୍ଟର ୩୬୦ ନାଁରେ ପରିଚିତ ଏବି ଡିଭିଲର୍ସ ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ସେ ୩୩ ବଲରୁ ଅପରାଜିତ ୭୩ ରନର ଇନିଂସ ଖେଳିଥିଲେ ।

ଡିଭିଲର୍ସ ନିଜର ଏହି ବିସ୍ଫୋରକ ଇନିଂସରେ ୫ଟି ଚୌକା ଓ ୬ଟି ଛକ୍କା ଲଗାଇଥିଲେ । ଏହି ଇନିଂସ ସହ ଡିଭିଲର୍ସ ମୁମ୍ବାଇ ଇଣ୍ଡିଆନ୍ସର କିରନ ପୋଲାର୍ଡଙ୍କ ସହ ସମକକ୍ଷ ହୋଇଛନ୍ତି ।

{"id":343772,"sizeSlug":"large"}

ଏବି ଡିଭିଲର୍ସ ୨୩ ବା ଏହାଠୁ କମ୍‌ ବଲରୁ ଅର୍ଦ୍ଧଶତକ ହାସଲ କରି ପୋଲାର୍ଡଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ପୂର୍ବରୁ ଏହି ରେକର୍ଡ କେବଳ ପୋଲାର୍ଡଙ୍କ ନାଁରେ ଥିଲା । ଏହି ଇନିଂସରେ ଡିଭିଲର୍ସ ୩୩ ବଲରୁ ବିସ୍ଫୋରକ ୭୩ ରନ୍ କରିଥିଲେ । ଏଥିରେ ୬ଟି ଛକା ଓ ୫ଟି ଚୌକା ରହିଥିଲା । ଏବେ ୨୩ ବା ଏହାଠୁ କମ୍ ବଲରେ ୬ଟି ଅର୍ଦ୍ଧଶତକ ଲଗାଇଥିବା ବ୍ୟାଟସମ୍ୟାନ୍ ତାଲିକାରେ ଡିଭିଲର୍ସଙ୍କ ନାଁ ବି ସାମିଲ ହୋଇଛି ।

ଏହି ତାଲିକାରେ ବିରେନ୍ଦ୍ର ସେହ୍ୱାଗ(୫ଟି ଅର୍ଦ୍ଧଶତକ), ୟୁସୁଫ ପଠାନ, ଡେଭିଡ୍ ଓ୍ୱାର୍ଣ୍ଣର ଓ କ୍ରିସ୍ ଗେଲ(୪ଟି ଅର୍ଦ୍ଧଶତକ)ଙ୍କ ନାଁ ବି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.