'ଏବି ଡିଭିଲର୍ସ ହେଉଛନ୍ତି ସୁପର ହ୍ୟୁମାନ', ଏମିତି କାହିଁକି କହିଲେ ବିରାଟ କୋହଲି

Published By : Prameya-News7 Bureau | October 13, 2020 IST

ଦୁବାଇ, ୧୩୧୦ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ନାଇଟ ରାଇଡର୍ସକୁ ୮୨ ରନରେ ପରାସ୍ତ କରିଛି । ତେବେ ଏହି ବିଜୟର ଶ୍ରେୟ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଏବି ଡିଭିଲର୍ସଙ୍କୁ ଦେଇଛନ୍ତି । ଏହି ମ୍ୟାଚରେ ଡିଭିଲର୍ସ ବିସ୍ଫୋରକ ଇନିଂସ ଖେଳିଥିଲେ । ସେ ୩୩ ବଲରୁ ୭୩ ରନ ଖେଳିଥିଲେ । ଏଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଥିଲା ।

ଏହି ମ୍ୟାଚରେ ଡିଭିଲର୍ସ ୫ଟି ଚଉକା ଓ ୬ଟି ଛକା ମାରିଥିଲେ । ମ୍ୟାଚ୍ ପରେ କୋହଲି କହିଛନ୍ତି ଯେ, କେକେଆର ହେଉଛି ଏକ ମଜବୁତ ଟିମ୍ । କେକେଆର ବିପକ୍ଷରେ ବିଜୟ ହାସଲ କରିବା ବଡ କଥା । ଚଳିତ ସପ୍ତାହ ଆରସିବି ପାଇଁ ବ୍ୟସ୍ତବହୁଳ ହେବ । କ୍ରିସ ମୋରିସ ଦଳରେ ସାମି ହେବା ପରେ ବୋଲିଂ ବିଭାଗ ଶକ୍ତିଶାଳୀ ହୋଇଛି । ଦଳର ସ୍କୋରକୁ ନେଇ କୋହଲି ଖୁସି ଥିବା କହିଛନ୍ତି । ତେବେ ପିଚ୍ ଶୁଖିଲା ଥିଲା । ଡିଭିଲର୍ସଙ୍କ ଭଳି ସୁପର ହ୍ୟୁମାନଙ୍କ ବ୍ୟତୀତ ଅନ୍ୟସବୁ ବ୍ୟାଟସମ୍ୟାନ୍ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

{"id":343692,"sizeSlug":"large"}

କୋହଲି ଆହୁରି କହିଛନ୍ତି ଯେ, ଦଳର ସ୍କୋର ୧୬୫ ପାଖାପାଖି ହେବା ନେଇ ଆଶା କରାଯାଉଥିଲା । କିନ୍ତୁ ଡିଭିଲର୍ସଙ୍କ ପାଇଁ ସ୍କୋର ୧୯୪ରେ ପହଁଚିଥିଲା । ଡିଭିଲର୍ସଙ୍କ ବ୍ୟାଟିଂ ଅବିଶ୍ୱସନୀୟ ଥିଲା । ସେ ତୃତୀୟ ବଲରୁ ମାରିବା ଆରମ୍ଭ କରିଦେଇଥିଲେ । ଏହା କେବଳ ଡିଭିଲର୍ସ ହିଁ କରିପାରିବେ । ତେବେ ସେ ଓ ଡିଭିଲର୍ସଙ୍କ ମଧ୍ୟରେ ହୋଇଥିବା ୧୦୦ ରନର ପାର୍ଟନରସିପକୁ ମଧ୍ୟ କୋହଲି ପ୍ରଶଂସା କରିଛନ୍ତି ।

ତେବେ ଡିଭିଲର୍ସ କହିଛନ୍ତି ଯେ ସେ ନିଜ ପ୍ରଦର୍ଶନରେ ଖୁସି ଅଛନ୍ତି । ଗତ ମ୍ୟାଚରେ ସେ ଶୂନ୍ୟରେ ଆଉଟ ହୋଇଥିଲେ । ସେ ଦଳର ସ୍କୋରକୁ ୧୬୦-୧୬୫ ରନରେ ପହଁଚାଇବା ପାଇଁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ୧୯୫ରେ ପହଁଚିବା ସତରେ ଅବିଶ୍ୱସନୀୟ ଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.