ଆଇପିଏଲରେ ୨୫ ତମ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ ଜିତିଲେ ଡିବିଲିୟର୍ସ: କଲେ ଆଉ ଏକ ବଡ ରେକର୍ଡ

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮/୦୪ : ବିରାଟ କୋହଲିଙ୍କ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲର ୨୧ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାଜିତ କରି ରୋମାଞ୍ଚକ ବିଜୟ ହାସଲ କରିଛିଛ ଏହି ବିଜୟ ପରେ ଆରସିବି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି। ଏହି ରୋମାଞ୍ଚକ ବିଜୟର ଶ୍ରେୟ ଦିଆଯାଇଛି ବ୍ୟାଟ୍ସମ୍ୟାନ ଏବି ଡିବିଲିୟର୍ସଙ୍କୁ। ଆରସିବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟରେ ୧୭୧ ରନ କରିଥିଲା।

{"id":445469,"sizeSlug":"large","linkDestination":"none"}

ଜବାବରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୪ ୱିକେଟରେ ୧୭୦ ରନ କରିପାରିଥିଲା। ଡିବିଲିୟର୍ସ ୪୨ ବଲରେ ୭୫ ରନ କରିଥିଲେ। ଏଥିରେ ୩ଟି ଚୌକା ଓ ୫ଟି ଛକ୍କା ସାମିଲ ଅଛି | ଡ଼ିବିଲିୟର୍ସଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ ଦିଆଯାଇଥିଲା। ଆଇପିଏଲ୍ ଇତିହାସରେ ଡିବିଲିୟର୍ସଙ୍କ ଏହା ୨୫ତମ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ।

{"id":445466,"sizeSlug":"large","linkDestination":"none"}

ଏହା ସହ ଡିବିଲିୟର୍ସ ଆଉ ଏକ ବଡ ରେକର୍ଡ କରିଛନ୍ତି। ୨୦୧୧ରୁ ଆରସିବି ଟିମରେ ଖେଳୁଥିବା ଡିବିଲିୟର୍ସ ଆଇପିଏଲରେ ୫ ହଜାର ରନ ପୁରା କରିଥିବା ଦ୍ୱିତୀୟ ବିଦେଶୀ ବ୍ୟାଟ୍ସମ୍ୟାନ। ଏହି ଲିଗରେ ତାଙ୍କର ୫ ହଜାର ୫୩ ରନ ହୋଇଛି। ଡିବିଲିୟର୍ସ ଦିଲ୍ଲୀ କ୍ୟାପିଟାଲ୍ସ ସହ ଆଇପିଏଲ୍ ମ୍ୟାଚ୍ ଆରମ୍ଭ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ସହ ସେ ୩ଟି ସିଜନ୍ ଖେଳିଥିଲେ। ସେ ଦିଲ୍ଲୀ ପାଇଁ ୨୮ ମ୍ୟାଚରେ ୬୭୧ ରନ୍ କରିଥିଲେ। ଆରସିବି ପାଇଁ ସେ ଏବେ ଯାଏଁ ୪ ହଜାର ୩୮୨ ରନ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.