ଟି-୨୦ ବିଶ୍ଵ କପ୍‌ରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତେ ଏବି ଡିଭିଲିୟର୍ସ : ଡି କକ୍

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨।୦୭: ଦକ୍ଷିଣ ଆଫ୍ରିକାର ସୀମିତ ଓଭରର ଅଧିନାୟକ କ୍ଵିଣ୍ଟନ ଡି କକ୍‌ କହିଛନ୍ତି ବରିଷ୍ଠ ଖେଳାଳି ଏବି ଡି ଭିଲିୟର୍ସ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ଵକପ୍‌ ଜରିଆରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରି ପାରିଥାନ୍ତେ। କରୋନା ମହାମାରୀ ପ୍ରକୋପ କାରଣରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵକପ୍‌ ସ୍ଥଗିତ ରଖାଯାଇଛି। ଏହି ପ୍ରତିଯୋଗିତା ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ  ହେବାର ଥିଲା ମାତ୍ର ଏହାକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି।

ଡି ଭିଲିୟର୍ସ ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ମାତ୍ର ତାଙ୍କର ପ୍ରତ୍ୟାବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଡି କକ୍‌ ଷ୍ଟାରସ୍ପୋର୍ଟ୍ସକୁ କହିଛନ୍ତି, ସେ ନିଶ୍ଚିତ ଭାବେ ପ୍ରତ୍ୟାବର୍ତ୍ତନ ମୁଡରେ ଥିଲେ। ଯଦି ସେ ଫିଟ୍‌ ଥାନ୍ତେ ତେବେ ମୁଁ ଏବି ଡିଭିଲିୟର୍ସଙ୍କୁ ଦଳରେ ରଖିବାକୁ ପସନ୍ଦ କରନ୍ତି। ଚଳିତ ବର୍ଷ ଟି-୨୦ ବିଶ୍ଵ କପ୍ ହୋଇଥିଲେ ସେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତେ ବୋଲି ଡି କକ୍‌ କହିଛନ୍ତି।

ସେ କହିଛନ୍ତି କୌଣସି ବି ଦଳ ଏବିଙ୍କୁ ରଖିବାକୁ ଚାହିଁବେ। ଆମେ ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଜୋର ଦେଉଥିଲୁ ମାତ୍ର ଏବେ ଟି-୨୦ ବିଶ୍ଵକପ୍ ସ୍ଥଗିତ ହୋଇ ଯାଇଛି।

ଜାନୁଆରୀରେ ବିଗ୍ ବାସ୍‌ ଲିଗ୍‌ ସମୟରେ ଡିଭିଲିୟର୍ସ ନିଜେ କହିଥିଲେ ଯେ, ସେ ପ୍ରତ୍ୟାବର୍ତ୍ତନ କରିବା ଉପରେ ବିଚାର କରୁଛନ୍ତି। ୩୬ ବର୍ଷୀୟ ଏବି ଡିଭିଲିୟର୍ସ କ୍ୟାରିୟରରେ ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୨୨ ଶତକ ସହ ୮୭୬୫ ରନ, ଦିନିକିଆରେ ମୋଟ୍ ୯୫୭୭ ରନ ଏବଂ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୧୬୭୨ ରନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.