ଶିବସେନା ଉପରେ ତାତିଲେ ଅଯ୍ୟୋଧ୍ୟା ସନ୍ଥ, କହିଲେ ଭୁଲରେ ସହରକୁ ପ୍ରବେଶ ନ କରନ୍ତୁ ଉଦ୍ଧବ ଠାକରେ

Published By : Prameya-News7 Bureau | September 12, 2020 IST

ଅଯୋଧ୍ୟା ୧୨/୦୯: ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ତୀବ୍ର ନିନ୍ଦା କରିଛନ୍ତି ଅଯୋଧ୍ୟାର ସାଧୁସନ୍ଥ। ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟ ଦ୍ବାରା କ୍ରୋଧିତ ହୋଇ ଅଯୋଧ୍ୟାର ସନ୍ଥ ଉଦ୍ଧବ ଠାକରେଙ୍କ ବିରୋଧରେ ବାହାରିଛନ୍ତି। ଏବେ ଅଯୋଧ୍ୟାର ସାଧୁସନ୍ଥ ଓ ବିଶ୍ବ ହିନ୍ଦୁ ପରିଷଦ ଘୋଷଣା କରିଛନ୍ତି ଯେ ସୋମନେ ଉଦ୍ଧବ ଠାକରେଙ୍କୁ ଅଯୋଧ୍ୟାକୁ ପ୍ରବେଶ କରାଇଦେବେ ନାହିଁ। କିଛି ଦିନ ତଳେ ମହାରାଷ୍ଟ୍ରରେ ହୋଇଥିବା ସନ୍ଥଙ୍କ ହତ୍ୟା ଓ ଏହା ସହ ଅଭିନେତା ସୁଶାନ୍ତସିଂହ ମୃତ୍ୟୁ ମାମଲାରେ ସେ ଯେପରି ଭାବେ ପ୍ରତିଶୋଧ ଭାବନରେ କାର୍ଯ୍ୟ କରୁଛନ୍ତି ସେସବୁକୁ ଘୋର ନିନ୍ଦା ଏମାନେ କରିଛନ୍ତି।

ହନୁମାନଗଡ଼ ମହନ୍ତ ରାଜ ଦାସ କହିଛନ୍ତି ଶିବସେନା ଏବେ ସୋନିଆ ସେନା ହୋଇଯାଇଛି। ଯିଏ ବି ସରକାରଙ୍କ ବିରୋଦରେ ସ୍ବର ଉତ୍ତୋଳନ କରୁଛନ୍ତି ସେମାନଙ୍କ ବିରୋଧରେ ଅଭିଯୋଗ ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ମହାରାଷ୍ଟ୍ର ସରକାରଙ୍କ ପ୍ରୟାସ ହେଉଛି  ହିନ୍ଦୁ ଜନମାସକୁ ନିଚା ଦେଖାଇବା। ପାଲଘର ସନ୍ଥ ହତ୍ୟା ମାମଲାରେ ଏବେ ସୁଦ୍ଧା କିଛି ବି ଜଣାପଡ଼ିଲା ନାହିଁ। ଏଣୁ ସାଧୁସନ୍ଥ ଏକତ୍ର ଓ ଏକମତ ହୋଇ ଉଦ୍ଧବ ଠାକରରେଙ୍କୁ ଅଯୋଧ୍ୟା ଆଗମନ ବେଳେ ତୀବ୍ର ବିରୋଧ କରନ୍ତୁ। ବିଶ୍ବ ହିନ୍ଦୁ ପରିଷଦ ମଧ୍ୟ ସନ୍ଥଙ୍କ ସହ ଛିଡ଼ା ହୋଇଛି। ସେ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇ କାର୍ଯ୍ୟାନୁଷ୍ଠାନକୁ ଭୁଲ୍ ବୋଲି ଦର୍ଶାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.