ଭାରତକୁ କେମିତି ଆସିବେ ବିଦେଶୀ କମ୍ପାନୀ, ନିର୍ମଳା ସୀତାରମଣ ଦେଲେ ଯୋଜନାର ରୂପରେଖ

Published By : Prameya-News7 Bureau | May 16, 2020 IST

ନୂଆଦିଲ୍ଲୀ ୧୬।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ଯୋଜନାର ଚତୁର୍ଥ ଦିନରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଢାଞ୍ଚାଗତ  ସଂସ୍କାରକୁ ନେଇ ବଡ ଘୋଷଣା କରିଛନ୍ତି। ଏହାରି ଆଧାରରେ କେନ୍ଦ୍ର ସରକାର ବିଦେଶୀ କମ୍ପାନୀକୁ ଭାରତକୁ ନିମନ୍ତ୍ରଣ ପାଇଁ ବଡ ଯୋଜନା ବିଷୟରେ ସୂଚନା ଦେଇଛନ୍ତି। ଶନିବାର ସାମ୍ଵାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି, ବିଦେଶୀ କମ୍ପାନୀକୁ ଭାରତ ପ୍ରତି ଆକର୍ଷିତ କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ମିଶି କାମ କରାଯିବ। ଯୋଜନା ଓ ବ୍ୟବସ୍ଥାକୁ ନବୀକରଣ କରାଯିବ, ଯେମିତି ନିବେଶକଙ୍କୁ କୌଣସି ପ୍ରକାରର ସମସ୍ୟା ହେବ ନାହିଁ।

ଅର୍ଥ ମନ୍ତ୍ରୀ କହିଛନ୍ତି ଅନେକ ପ୍ରକାରର ନୀତିଗତ ପୁନର୍ଗଠନ ଆଧାରରେ କିଛି ମାସରେ ଫାଷ୍ଟ ଟ୍ରାକ୍ ଇନଭେଷ୍ଟେମଣ୍ଟକୁ ପ୍ରୋତ୍ସାହନ ଦିଆଯାଇଛି। ସଚିବମାନଙ୍କ ଜରିଆରେ ଶୀଘ୍ର କ୍ଲିୟରାନ୍ସ ଦେବା ଉପରେ କାମ କରାଯାଉଛି।

ମନ୍ତ୍ରଣାଳୟରେ ହେବ ପ୍ରକଳ୍ପ ବିକାଶ ପ୍ରକୋଷ୍ଠ

ସେ କହିଛନ୍ତି ନିବେଶକୁ ବୃଦ୍ଧି କରିବା ପାଇଁ ପ୍ରତି ମନ୍ତ୍ରଣାଳୟରେ ପ୍ରକଳ୍ପ ବିକାଶ ପ୍ରକୋଷ୍ଠ କରାଯିବ। ଏହି ପ୍ରକୋଷ୍ଠ ଜରିଆରେ ପ୍ରତି ମନ୍ତ୍ରଣାଳୟ ନିଜ ନିଜର କ୍ଷେତ୍ରରେ ସମ୍ଭାବିତ ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରିବେ ଓ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବେ। ଏହି ପ୍ରକୋଷ୍ଠ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିବେଶରେ ସାହାଯ୍ୟ କରିବେ।

୧ ହଜାର କମ୍ପାନୀ ଉପରେ ସରକାରଙ୍କ ନଜର

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର କ୍ରମାଗତ ଏହା ଉପରେ  ଜୋର ଦେଉଛନ୍ତି ଯେ, କୋଭିଡ୍ -୧୯ର ଏହି ସଙ୍କଟ ସ୍ଥିତିରେ ନିବେଶ ଓ ବିକାଶକୁ  କେମିତି ସୁଯୋଗରେ ପରିଣତ କରାଯିବ ତା ଉପରେ ଜୋର ଦେଉଛନ୍ତି। କିଛି ଦିନ ପୂର୍ବରୁ ଗଣମାଧ୍ୟମରେ ଦୃଢୋକ୍ତି ପ୍ରକାଶ କରାଯାଇଥିଲା ଯେ, ଚୀନ ଛାଡୁଥିବା  ପ୍ରାୟ ୧୦୦୦ କମ୍ପାନୀକୁ ଭାରତ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି କରୁଛନ୍ତି। ଭାରତ ସେହି କମ୍ପାନୀକୁ ପ୍ରାଥମିକତା ଦେଉଛି ଯିଏ ଡାକ୍ତରୀ ଉପକରଣ ଯୋଗାଣ କରିଥାଏ। ଏହ ସହିତ ଖାଦ୍ୟ ପ୍ରକ୍ରିୟାକରଣ, ଟ୍ୟାକ୍ସଟାଇଲ୍, ଚମଡା ଓ ଅଟୋ ଉପକରଣ ପରି ୫୫୦ ବସ୍ତୁର ଉତ୍ପାଦନ କରୁଥିବେ, ଭାରତ ସେହି କମ୍ପାନୀଗୁଡିକୁ ଆକର୍ଷିତ କରିବାକୁ ଚେଷ୍ଟା ଚଳାଇଛି।

ବିଦେଶୀ କମ୍ପାନୀଙ୍କ ପାଇଁ ସୁଯୋଗ

ବିଶେଷଜ୍ଞଙ୍କ ଅନୁଯାୟୀ ଭାରତରେ ନିବେଶ କରିବାକୁ ଏବେ ବିଦେଶୀ କମ୍ପାନୀକୁ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ। କାରଣ ଏଠାରେ ଜମି ଅଧିଗ୍ରହଣ, ଶ୍ରମ ଆଦି ଆମେରିକା, ଜାପାନ ଓ ଚୀନ ତୂଳନାରେ ବହୁତ ଶସ୍ତା ରହିଛି। ଭାରତରେ ଶ୍ରମ ଆଇନରେ ସଂଶୋଧନ କରାଯାଇପାରେ। ଇ-କମର୍ସ କମ୍ପାନୀଙ୍କ ଏକ ଦାବି ଉପରେ ସରକାର ବିଚାର କରୁଛନ୍ତି।

ବିଦେଶୀ ନିବେଶକଙ୍କୁ ଭାରତରେ କେମିତି ମିଳିବ ଫାଇଦା

କେନ୍ଦ୍ର ସରକାରଙ୍କ ପାଇଁ ନିବେଶରେ ବୃଦ୍ଧି କରିବା ଅର୍ଥ ଦେଶର ଅର୍ଥବ୍ୟବସ୍ଥାକୁ ଗତି ମିଳିବ ଯାହା ଲକ୍‌ଡାଉନ୍‌ କାରଣରୁ ଆଠ ସପ୍ତାହ ଧରି ଠପ୍ ପଡିଛି। ବେରୋଜଗାରୀ ହାର ସରକାରଙ୍କ ପାଇଁ ସଂପ୍ରତି ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି।  ଭାରତ ପାଇଁ ଏବେ ସୁଯୋଗ ରହିଛି ଯେ, ଜମି, ଶ୍ରମ ଓ ଟିକସ୍ କ୍ଷେତ୍ରରେ ସଂସ୍କାର ଆଣାଯାଉ, ଯଦ୍ଵାରା ନିବେଶ ବଢି ପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.