Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ

3/03/2021 at 10:14 PM

ଆଠଗଡ଼, ୦୩/୦୩: ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ । ବିଗତ ଦିନରେ ତହସିଲ କାର୍ଯ୍ୟାଳୟ ଭାବରେ କାର୍ଯ୍ୟ କରାଯାଇଥିବା ପୁରୁଣା ତହସିଲ ଅଫିସର ପୁନରୁଦ୍ଧାର କରାଯିବ । ବିଗତ ଦିନରେ ଏହି କୋଠା ବିପଦ ସଙ୍କୁଳ ହୋଇ ପଡିବାରୁ ତହସିଲ୍‌ ଅଫିସ୍‌କୁ ଆଠଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ନୂଆ କୋଠାକୁ ସ୍ଥାନାନ୍ତରିତ କରାଯାଇଥିଲା ।

୨୦୦୯ ମସିହାଠାରୁ ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବା ପରେ ସେହି କୋଠାଟି ଅବ୍ୟବହୃତ ଭାବରେ ପଡ଼ି ରହିଥିଲା । ସମୟକ୍ରମେ ଏହା  ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଥିଲା । କିନ୍ତୁ ଏହି ପୁରାତନ ଐତିହ୍ୟର ରକ୍ଷଣାବେକ୍ଷଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ପରେ ମଧ୍ୟ ସରକାର ଯେମିତି ଗହନ ନିଦରେ ଶୋଇ ଯାଇଥିଲେ । ଏବେ ସେହି ପୁରୁଣା କୋଠା ସହିତ ସିଂହଦ୍ଵାର ପ୍ରାୟତଃ ଭଗ୍ନାବଶେଷ ପ୍ରତୀୟମାନ ହେଉଛି । ଏହାକୁ ପୁନରୁଦ୍ଧାର ସହିତ ନୂତନ ନିର୍ମାଣ ପାଇଁ ଏବେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ରାଜସ୍ୱ ବିଭାଗ ପକ୍ଷରୁ ଏହାକୁ ରକ୍ଷଣାବେକ୍ଷଣ ତଥା ପୁନଃ ନିର୍ମାଣ ପାଇଁ ୯୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ସିଂହଦ୍ଵାର ଖିଲଣର ଦୁଇ ପାର୍ଶ୍ଵରେ ଦୁଇମହଲା କୋଠା ନିର୍ମାଣ ସହିତ ସିଂହଦ୍ଵାରକୁ ପୂର୍ଵବତ୍ ଯଥା ସ୍ଥିତିରେ ରଖାଯିବ ।

ରାଜସ୍ୱ ବିଭାଗ ଚିଠି ନଂ ୭୩୭୮/୨୧ ଅନୁସାରେ, ଏହି ଅନୁଦାନ ପାଣ୍ଠି ଆସିଥିବା ବେଳେ ଆସନ୍ତା ପନ୍ଦର ଦିନ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବ । ଆଠଗଡ଼ ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟନ୍ତ ପ୍ରସାଦ ନାଏକ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।

ଏହି ନିର୍ମାଣ କାର୍ଯ୍ୟର ସ୍ଥପତି ଭାବରେ ସିଆରଏପିଟିଏସ୍ ପକ୍ଷରୁ ଇଂ ଅର୍ଚ୍ଚସ୍ମାନ ଧଳ ଏବଂ ଚନ୍ଦନ ଜେନା ରାଜପ୍ରାସାଦର ସମ୍ପୂର୍ଣ୍ଣ ଡିଜାଇନ୍ କରିଛନ୍ତି । ସବୁ କାମ ଯଦି ସଠିକ୍ ଢଙ୍ଗରେ ଚାଲେ, ତାହେଲେ ଆଗାମୀ ଛଅ ମାସ ମଧ୍ୟରେ କାର୍ଯ୍ୟ ସମାପନ ହୋଇପାରିବ । ଏହି କୋଠା ମଧ୍ୟରେ ଦୁଇଟି ସରକାରୀ ଅଫିସ ଆରାମରେ ଚାଲିପାରିବ ବୋଲି କୁହାଯାଇଛି।

   Related Posts