ମୁମ୍ବାଇ ୧୩।୦୫: ବଲିଉଡ ଅଭିନେତା ବବି ଦେଓଲ ୱେବ୍ ସିରିଜ୍ 'ଆଶ୍ରମ' ମାଧ୍ୟମରେ OTT ପ୍ଲାଟଫର୍ମରେ ଖୁବ୍ ଧମାଲ୍ କରିଥିଲେ । 'ଆଶ୍ରମ'ର ସିଜନ୍-୨ ଦର୍ଶକଙ୍କୁ ବହୁତ ଏଣ୍ଟରଟେନ୍ କରିଛି । ପ୍ରଶଂସକମାନେ ଉତ୍ସାହର ସହିତ' ଆଶ୍ରମ ସିଜନ୍ -୩ 'କୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ୱେବ୍ ସିରିଜ୍ ରିଲିଜ୍ ରେ କିଛି ସମୟ ବାକି ଅଛି , କିନ୍ତୁ 'ଆଶ୍ରମ -୩'ର ଟ୍ରେଲର୍ ରିଲିଜ୍ ହୋଇଛି । ଟ୍ରେଲରରେ ଏହା ଦେଖାଯାଉଛି ଯେ ବାବା ନିରଲାଙ୍କ ଦ୍ବାର ଖୋଲିଛି ଏବଂ ବିଶ୍ୱାସ ବା ଆସ୍ଥା ନାମରେ ପୁଣି ଥରେ ସେ କପଟୀ ପୋଷାକ ପିନ୍ଧିଥିବାର ନଜର ଆସିବେ ।
ସେୟାର କରାଯାଇଥିବା ଏହି ୧ ମିନିଟ୍ ୧୧ ସେକେଣ୍ଡର ଭିଡିଓରେ ଗରିବ ବାବା କି ଜୟ କହି ଟ୍ରେଲର ଆରମ୍ଭ ହେଉଛି । ଏଥି ସହିତ, ବବି ଦେଓଲ ଦମ୍ଦାର ଅଭିନୟ ଓ ଡାଏଲଗରେ ନଜର ଆସିଛନ୍ତି। ଟ୍ରେଲରରେ ଇଶା ଗୁପ୍ତାଙ୍କ ମଧ୍ୟ ଦେଖିବାକୁ ମିଳୁଛି। ଯିଏକି ବବି ଦେଓଲଙ୍କୁ ତାଙ୍କ ସୌନ୍ଦର୍ଯ୍ୟରେ ମତୁଆଲା କରୁଛନ୍ତି । ଏହି ୱେବ୍ ସିରିଜ୍ର କାହାଣୀ ଡ୍ରଗ୍ସ, ବଳାତ୍କାର ଏବଂ ରାଜନୀତି ଉପରେ ଆଧାରିତ।
ଜୁନ୍ ୩ ରେ, ' ୱେବ୍ ସିରିଜଟି ଏମ୍ଏକ୍ସ ପ୍ଲେୟାରରେ ମୁକ୍ତିଲାଭ କରିବ । ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ଏହି ୱେବ୍ ସିରିଜର ଟ୍ରେଲର ପ୍ରଶଂସକଙ୍କ ଉତ୍ସାହକୁ ବଢାଇ ଦେଇଛି । ବର୍ତ୍ତମାନ ଏହା ଦେଖିବାକୁ ପଡିବ ଯେ ସିଜିନ୍-୩ ମଧ୍ୟ ଦର୍ଶକଙ୍କ ଠାରୁ ସମାନ ପ୍ରେମ ମିଳିବ କି ନାହିଁ ।