Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆଶିକୀ ବୟ ରାହୁଲ ରାୟ ଖୋଲିଲେ ମୁହଁ : କହିଲେ କାହିଁକି ବଲିଉଡକୁ କହିଥିଲେ ଗୁଡ ବାୟ

7/07/2020 at 10:24 AM

ମୁମ୍ବାଇ ୭/୭: ଫିଲ୍ମ ‘ଆଶିକୀ’ ସହ ଘରେ ଘରେ ନିଜ ପରିଚୟ ସୃଷ୍ଟି କରିଥିବା ରାହୁଲ ରାୟ ପରେ ଫିଲ୍ମରେ ଏତେ ସଫଳ ହୋଇପାରିନଥିଲେ। କିଛି ବର୍ଷ ପରେ ସେ ବଲିଉଡରୁ ଗାୟବ ହୋଇଯାଇଥିଲେ ଏବଂ କେବଳ ଲୋକପ୍ରିୟ ରିୟଲିଟି ଶୋ ବିଗ୍ ବସରେ ଜଣେ ପ୍ରତିଯୋଗୀ ଭାବେ ପୁଣି ଥରେ ଦେଖା ଦେଇଥିଲେ ଏବଂ ପ୍ରଥମ ସିଜନ୍ ଜିତିଥିଲେ।

ଏକ ସାକ୍ଷାତକାରରେ ରାହୁଲ ରାୟ ଚର୍ଚ୍ଚାରୁ ଦୂରରେ ରହିବା ବିଷୟରେ କଥା ହୋଇଥିଲେ। ସେ କହିଥିଲେ,‘ ସେ ବଲିଉଡରୁ ଦୂରେଇ ଯାଇଥିଲେ ଏବଂ ତାହା ସେ ଚାହୁଁଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିର ଏହା ସହ କିଛି ନେଣଦେଣ ନାହିଁ। ଏହା ଏକ ବିଶେଷାଧିକାର ନା ଏହା ଏକ ଅଭିଶାପ କି ସେ ବଲିଉଡରେ ଏଥିପାଇଁ ଆସିଥିଲେ କାହିଁକି ନା ସେ ଜଣେ ଷ୍ଟାର କିମ୍ବା ଜଣେ ଅଭିନେତା ହେବାକୁ ଉଦ୍ୟମ କରିଥିଲେ।’ ସେ ତାଙ୍କ କଥାରେ ଆଉ ଏକ କଥା ଯୋଡ଼ି ଦେଇଥିଲେ ଏବଂ କହିଥିଲେ ଯେ ଏକ ଅଲଗା କାରଣ ପାଇଁ ତାଙ୍କ ମାଆ ମହେଶ ଭଟ୍ଟଙ୍କ ସହ ଦେଖା କରିଥିଲେ। ଏହା ପରେ ତାଙ୍କୁ ଆଶିକୀ ପାଇଁ ଆପ୍ରୋଚ୍ କରାଯାଇଥିଲା।

ବଲିଉଡରୁ ଦୂରେଇ ଯିବାର ବିକଳ୍ପ ବିଷୟରେ ସେ କାହିଁକି ନିଷ୍ପତ୍ତି ନେଲେ ପଚରାଯିବାରୁ ରାହୁଲ କହିଥିଲେ ​‌ଯେ ୩୦ବର୍ଷ ପରେ ସେ ବିବାହ କରିବାକୁ ଚାହୁଁଥିଲେ। ଯେତେବେଳେ ୨୦୦୦ମସିହାରେ ସେ ମଡେଲ୍ ରାଜଲକ୍ଷ୍ମୀ ଖାନଭିଲକରଙ୍କୁ ବିବାହ କରିଥିଲେ ସେତେବେଳେ ସେ ତାଙ୍କୁ କହିଥିଲେ ଯେ ଆମେ ବଲିଉଡରୁ ବ୍ରେକ୍ ନେବା ଏବଂ ନିଜ ପର୍ସନାଲ୍ ରିଲେସନଶିପ୍ ଉପରେ କାମ କରିବା। ଜଣେ ଅଭିନେତା ହେବା କାରଣରୁ ଆକ୍ଟିଂ ସହ ପାରିବାରିକ ଦାୟିତ୍ବକୁ ପୂରା କରିବା ଅତ୍ୟନ୍ତ କଷ୍ଟ କାରଣ ବଲିଉଡ ଆପଣଙ୍କଠୁ ବହୁତ କିଛି ନେଇଥାଏ। ଏହା ଅତ୍ୟନ୍ତ କଷ୍ଟ। ସେ ଏପରି ଲୋକଙ୍କ ପ୍ରଶଂସା କରୁଛନ୍ତି ଯେଉଁମାନେ ଏପରି କରିପାରନ୍ତି କିନ୍ତୁ ସେ ଏପରି କରି ପାରୁ ନାହାନ୍ତି।’

ରାହୁଲ ମଧ୍ୟ ଏହା ସ୍ବୀକାର କରିଥିଲେ ଯେ ସେହି ସମୟରେ ତାଙ୍କ ଫିଲ୍ମ ଭଲ ଚାଲୁନଥିଲା ଏବଂ ତାଙ୍କୁ ନୂଆ ଫିଲ୍ମରେ କାମ କରିବାକୁ ପ୍ରସ୍ତାବ ମିଳୁଥିଲା। କିନ୍ତୁ ନୂଆ ଫିଲ୍ମରେ କାମ କରିବା ପାଇଁ ସେ ଉତ୍ସାହିତ ନଥିଲେ। ଜଣେ ଅଭିନେତା ଭାବେ ତାଙ୍କ ବିକାଶ ଅଟକି ଯାଇଥିଲା।

ରାଜଲକ୍ଷ୍ମୀ ବିଦେଶ ଯିବାକୁ ଚାହୁଁଥିଲେ,ସେତେବେଳେ ରାହୁଲଙ୍କ ବର୍ଷର ବ୍ରେକ୍ ବହୁତ ଲମ୍ବା ହୋଇଯାଇଥିଲା। ତାଙ୍କ ପତ୍ନୀ ଅଷ୍ଟେଲିଆ ଯିବା ପରେ ତାଙ୍କ ପାଇଁ ବଲିଉଡରେ କ୍ୟାରିୟର ଜାରି ରଖିବା କଷ୍ଟକର ହୋଇଯାଇଥିଲା। ସେ ଅନେକ ଲୋକଙ୍କ ସହ ସମ୍ପର୍କ କରିବାକୁ ଉଦ୍ୟମ କରିଥିଲେ,କିନ୍ତୁ କିଛି କାମ ଆସି ନଥିଲା। ସେ ଏହା ମଧ୍ୟ କହିଥିଲେ ଯେ ସେ ବଲିଉଡର ନୂଆ ଏଜେନ୍ସି କଲଚରକୁ କେବେ ବୁଝି ପାରିବେ ନାହିଁ।

   Related Posts