Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପୁଣି ଥରିଲା ଆସାମ, ୪.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ

30/05/2021 at 4:35 PM

ସୋନିତପୁର ୩୦।୫: ଆସାମରେ ଲଗାତର ଭୂକମ୍ପ ଝଟକା ଅନୁଭୂତ ହେଉଛି । ରବିବାର ଦିନ ପୁଣି ଥରେ ଆସାମର ସୋନିତପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ବୋଲି ଜଣାପଡିଛି । ଭୂକମ୍ପ କେନ୍ଦ୍ର ତେଜପୁରଠାରୁ ୪୦ କିଲୋମିଟର ପଶ୍ଚିମରେ ଥିଲା । ଭାରତୀୟ ସମୟ ଅନୁସାରେ ଦିନ ୨ଟା ୨୩ ମିନିଟ୍ ରେ ଭୂପୃଷ୍ଠରୁ ୧୬ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଥିଲା । ଏପର୍ଯ୍ୟନ୍ତ ଭୂକମ୍ପ ଯୋଗୁଁ ଧନଜୀବନ ହାନି ହେବାର ଖବର ମିଳିନାହିଁ । ଉଲ୍ଲେଖଯୋଗ୍ୟ ଯେ, ମେ’ ମାସରେ ଚତୁର୍ଥ ଥର ଆସାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଏହା ପୂର୍ବରୁ ମେ’ ୧୯ରେ ଆସାମ ତେଜପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ଥିଲା ।

ଆସାମରେ ମେ’ ୭ରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେତେବେଳେ ଏହାର କେନ୍ଦ୍ର ମୋରିଗାଓଁରେ ଥିଲା । ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୮ ଥିଲା ।

ସୋନିତପୁର ଜିଲ୍ଲାରେ ମେ’ ୫ରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିଲା ।

ଏହାପୂର୍ବରୁ ଅପ୍ରେଲ ୨୮ରେ ଆସାମର ଗୌହାଟି ସମେତ ଉତ୍ତର-ପୂର୍ବ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ଥିଲା ।

   Related Posts