'My name is Aaradhya', ଆମେରିକୀୟ ଅଭିନେତ୍ରୀଙ୍କୁ ଏମିତି କହିଲେ ଐଶ୍ବର୍ଯ୍ୟାଙ୍କ ଝିଅ

Published By : Prameya-News7 Bureau | May 19, 2022 IST

ମୁମ୍ବାଇ ୧୯।୦୫: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ସ୍ୱାମୀ ତଥା ଅଭିନେତା ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ ରେ ପହଞ୍ଚିଛନ୍ତି । ଫ୍ୟାନ୍ସମାନେ ଐଶ୍ୱର୍ଯ୍ୟାଙ୍କ କାନ୍ସ ଲୁକକୁ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ଅଭିନେତ୍ରୀଙ୍କ ଲୁକ୍ ସମସ୍ତଙ୍କ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଗୁଡିକରେ ଐଶ୍ୱର୍ଯ୍ୟା ବହୁତ ଷ୍ଟାଇଲିସ୍ ଏବଂ ସୁନ୍ଦର ଦେଖାଯାଉଛନ୍ତି। ଐଶ୍ବର୍ଯ୍ୟାଙ୍କ ଲୁକ୍ ଦେଖି ସଭିଏଁ ମତୁଆଲା ହୋଇଛନ୍ତି। ତାଙ୍କ ଡ୍ରେସିଂ ସେନ୍ସ ଏବଂ ମେକଅପ୍‌କୁ ନେଇ ପ୍ରଶଂସକମାନେ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି ।

wp:html
/wp:html

ବର୍ତ୍ତମାନ ଏହାର ଆଉ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।  ଯେଉଁଥିରେ ଐଶ୍ୱର୍ଯ୍ୟା ଆମେରିକୀୟ ଅଭିନେତ୍ରୀ ଇବାଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଏହି ସମୟରେ ହଠାତ୍‌ ଅଭିନେତ୍ରୀ ଆରାଧ୍ୟାଙ୍କୁ ସ୍ନେହରେ ଆଲିଙ୍ଗନ କରୁଛନ୍ତି । ଦ୍ବିତୀୟ ଭିଡିଓରେ ଇବା ତାଙ୍କ ପୁଅ ସହିତ କଥାବାର୍ତ୍ତା କରାନ୍ତି। ଆରାଧ୍ୟାଙ୍କ ନାମ ପଚାରୁଥିବା ବେଳେ ସେ ଖୁବ୍‌ ସୁନ୍ଦର ଢଙ୍ଗରେ ଉତ୍ତର ଦେଇଛନ୍ତି । ପ୍ରଶଂସକମାନେ ଆରାଧ୍ୟାଙ୍କ ଏହି ଅନ୍ଦାଜ୍‌ ଦେଖି ବହୁତ ଭଲ ପାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ବ୍ୟବହାର ପାଇଁ  ପ୍ରଶଂସା ଉପରେ ପ୍ରଶଂସା କରାଯାଉଛି।

wp:html
/wp:html

ଐଶ୍ୱର୍ଯ୍ୟାଙ୍କ ଫ୍ୟାନ ପେଜ୍‌ରେ ଦୁଇଟି ଭିଡିଓ ପୋଷ୍ଟ କରାଯାଇଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଐଶ୍ବର୍ଯ୍ୟାଙ୍କୁ ଏକ ସୁନେଲି ଓ ଗୋଲାପି ରଙ୍ଗର ପୋଷାକ ପିନ୍ଧିଛନ୍ତି ଏବଂ ଆରାଧ୍ୟାଙ୍କୁ ନାଲି ରଙ୍ଗର ପୋଷାକରେ ଦେଖିବାକୁ ମିଳିଛି । ତେଣୁ ସେଠାରେ ଅଭିଷେକ ବଚ୍ଚନ ଏକ କଳା ସୁଟ ପିନ୍ଧିଛନ୍ତି, ଯେଉଁଥିରେ ତାଙ୍କୁ ବହୁତ ସୁନ୍ଦର ଦେଖାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.