କେଜ୍ରିୱାଲଙ୍କ ଘୋଷଣା- ଗୁଜରାଟରେ ୨୦୨୨ ବିଧାନସଭା ନିର୍ବାଚନ ଲଢ଼ିବ ଆପ

Published By : Prameya-News7 Bureau | June 14, 2021 IST

ନୂଆଦିଲ୍ଲୀ ୧୪/୦୬ : ଗୁଜରାଟରେ ଆସନ୍ତା ବର୍ଷ ୨୦୨୨ରେ ବିଧାନସଭା ନିର୍ବାଚନ ହେବ। ନିର୍ବାଚନକୁ ନେଇ ରାଜନୈତିକ ଚଳଚଞ୍ଚଳ ଅଛନ୍ତି। ସୋମବାର ଦିନ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ୨୦୨୨ ଆପ ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିବ। ଅହମଦାବାଦରେ ସାମ୍ବାଦିକ ସମ୍ମିଳନୀ ସମୟରେ ସେ ଏକହିଛନ୍ତି ତାଙ୍କ ଦଳ ସବୁ ଆସନରୁ ନିର୍ବାଚନ ଲଢ଼ିବ। ସୋମବାର ଦିନ କେଜ୍ରିୱାଲ ଗୁଜରାଟ ଗସ୍ତରେ ଯାଇଥିଲେ।

ଏହା ପୂର୍ବରୁ ରବିବାର ଦିନ ଅରବିନ୍ଦ କେଜ୍ରିୱାଲ ଗୁଜରାଟୀ ଭାଷାରେ ଟ୍ୱିଟ କରିଥିଲେ। ଟ୍ୱିଟରେ ସେ କହିଥିଲେ, 'ରାଜ୍ୟରେ ବର୍ତ୍ତମାନ ପରିବର୍ତ୍ତନ ଆସିବ। ମୁଁ କାଲି ଗୁଜରାଟ ଆସୁଛି, ରାଜ୍ୟବାସୀଙ୍କୁ ସାକ୍ଷାତ କରିବି।'

wp:gallery {"ids":[466014],"linkTo":"none"} /wp:gallery

ଗୁଜରାଟ ନିର୍ବାଚନକୁ ନେଇ ସବୁ ଦଳ ସମସ୍ତ ଦଳ ପଟିଦାର ସମ୍ପ୍ରଦାୟକୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ରବିବାର ଦିନ ଖୋଡାଲଧାମ ଠାରେ ପଟିଦାର ସମାଜର ମୁଖ୍ୟମାନଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଟିଦାର ହେବା ଉଚିତ୍।

ଗୁଜୁରାଟର ରାଜନୈତିକ କରିଡରରେ ଆଲୋଚନା ଚାଲିଛି ଯେ ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ସମୟରେ ରାଜ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରୁଛି। ଏଥିପାଇଁ ପଟିଦାର ସମାଜର ସେବା କରିବା ପାଇଁ ସେ ହାର୍ଦ୍ଦିକ ପଟେଲଙ୍କୁ ନିର୍ବାଚନ ଚେହେରା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ପରିସ୍ଥିତିରେ ଭବିଷ୍ୟତରେ ହାର୍ଦ୍ଦିକ ପଟେଲ ମଧ୍ୟ AAP ରେ ସାମିଲ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

୨୦୨୧ ମସିହାରେ ସୁରଟ ମ୍ୟୁନିସିପାଲିଟିରେ ଥିବା ୧୨୦ ଟି ଆସନ ମଧ୍ୟରୁ ୨୭ ଟି ଜିତିବା ପରେ ଅରବିନ୍ଦ କେଜ୍ରିୱାଲଙ୍କ ଏହା ଦ୍ୱିତୀୟ ଗୁଜୁରାଟ ଗସ୍ତ। ସେ ଆଶ୍ରମ ରୋଡରେ ଏକ ପାର୍ଟୀ କାର୍ଯ୍ୟାଳୟର ଉଦଘାଟନ ମଧ୍ୟ କରିଥିଲେ। ପଟିଦାର ସଂରକ୍ଷଣ ଆନ୍ଦୋଳନର ଚେହେରା ତଥା ଜଣେ ଯୁବ ତଥା ଆକ୍ରମଣାତ୍ମକ ନେତା ଭାବରେ ପରିଗଣିତ ହାର୍ଦ୍ଦିକ ପଟେଲ ବର୍ତ୍ତମାନ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.