ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ପ୍ରାର୍ଥୀ ଦେବ ଆପ୍

Published By : Prameya-News7 Bureau | February 01, 2019 IST

ଭୁବନେଶ୍ବର ୧|୨:  ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ପ୍ରାର୍ଥୀ ଦେବ ଆମ୍ ଆଦମୀ ପାର୍ଟି । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ତେବେ ଦଳର ସ୍ଥିତି ଯେଉଁ ନିର୍ବାଚନ ମଣ୍ଡଳୀରେ ସୁଦୃଢ଼ ଅଛି ସେଠାରେ ପ୍ରାର୍ଥୀ ଦିଆଯିବ ବୋଲି ସଞ୍ଜୟ କହିଛନ୍ତି । ସ୍ବଚ୍ଛ ଶାସନ, ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଦର ହ୍ରାସ ଆଦି ସାଧାରଣ ଲୋକଙ୍କ ମୁଦ୍ଦାକୁ ପ୍ରସଙ୍ଗ କରିବ ଆପ୍ । ଆଗାମୀ ଦିନରେ ଶ୍ରୀକାନ୍ତ ଜେନାଙ୍କ ଆପ୍ ରେ ଯୋଗଦାନ ନେଇ ସଙ୍କେତ ଦେଇଛନ୍ତି ସଞ୍ଜୟ ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.