ଦିଲ୍ଲୀ ନିର୍ବାଚନ ଫଳାଫଳ ; ୫୨ସିଟ୍‌ AAP ଆଗୁଆ, ୧୮ ସିଟ୍‌ରେ ବିଜେପି ଆଗୁଆ

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧୦୨: କିଏ ହାତେଇବ ଦିଲ୍ଲୀ ସିଂହାସନ । ମଙ୍ଗଳବାର ସକାଳ ୮ଟାରୁ ଦିଲ୍ଲୀରେ ଭୋଟ୍ ଗଣତି ଜାରି ରହିଛି । ଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୧ଟି କେନ୍ଦ୍ରରେ ଭୋଟ୍ ଗଣତି ହେଉଛି । ୭୦ସିଟ୍‌ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟଗଣନା ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧାର ଚାଲିଥିବା ଭୋଟ ଗଣତିରେ କଂଗ୍ରେସ ଓ ବିଜେପି ଠାରୁ ଆମ୍‌ ଆଦମୀ ପାର୍ଟି ଖୁବ୍ ଆଗର ରହିଛି ।

୭୦ଟି ବିଶିଷ୍ଟ ବିଧାନସଭାରେ ବର୍ତ୍ତମାନ ସୁଦ୍ଧା ଗଣତି ଅନୁଯାୟୀ  ଆମ୍ ଆଦମୀ ପାର୍ଟି ୫୨ରୁ ଅଧିକ ଆସନରେ ଆଗରେ ଚାଲିଥିବା ବେଳେ ବିଜେପି ୧୮ଟିରେ  ଆସନରେ ଆଗରେ ଚାଲୁଛି । କଂଗ୍ରେସ କୌଣସି ଆସନରେ ଆଗରେ ଚାଲିନାହିଁ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନୂଆଦିଲ୍ଲୀ ଆସନରେ ଆଗୁଆ ରହିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ପତପରଗଞ୍ଜ ଆସନରେ ଆଗୁଆ ରହିଛନ୍ତି।ଚାନ୍ଦିନୀ ଚୌକ ସିଟ୍‌ରୁ ଅଲକା ଲାମ୍ବା ପଛୁଆ ଚାଲୁଥିବା ବେଳେ ବିଜେପିର କପିଲ ମିଶ୍ରା ପଛରେ ଚାଲୁରହିଛନ୍ତି ।

{"id":223081,"sizeSlug":"large"}

ଦିଲ୍ଲୀ ଜାତୀୟ ରାଜଧାନୀ ହୋଇଥିବାରୁ ଏହାର ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି । ୨୦୧୫ ନିର୍ବାଚନରେ ଦିଲ୍ଲୀର ମୋଟ ୭୦ ଆସନରୁ ଆପ୍‌ ୬୭ରେ ଜିତି ସରକାର ଗଠନ କରିଥିଲା । ବିଜେପିକୁ ୩ଟି ଆସନ ମିଳିଥିଲା ବେଳେ କଂଗ୍ରେସ ଖାତା ଖୋଲିପାରି ନଥିଲା । କିନ୍ତୁ ଲୋକସଭା ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ଟି ଆସନ ବିଜେପି ସପକ୍ଷରେ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.