ଓପିନିଅନ ପୋଲ୍‌ରେ ଆପ୍ ପଲ୍ଲା ଭାରି : ଜିତି ପାରେ ୫୪ ରୁ ୬୦ ଆସନ

Published By : Prameya-News7 Bureau | February 04, 2020 IST

ନୂଆଦିଲ୍ଲୀ ୪/୨: ଦିଲ୍ଲୀରେ ପୁଣି ଥରେ ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ବରେ ସରକାର ଗଠିତ ହୋଇପାରେ। ଟାଇମ୍ସ ନାଓ- IPSOS  ଓପିନିୟନ ପୋଲ୍ ଅନୁସାରେ,ଦିଲ୍ଲୀରେ ଆମ ଆଦମି ପାର୍ଟି(ଆପ୍) ଅତ୍ୟନ୍ତ ମଜବୁତ ରହିଛି ଏବଂ ଏହି ନିର୍ବାଚନରେ ଏହାକୁ ୫୪-୬୦ ଆସନ ମିଳିପାରେ। ସେପଟେ ବିଜେପିକୁ ୧୦-୧୪ଟି ଆସନ ମିଳିପାରେ। ପୋଲରେ କଂଗ୍ରେସକୁ ମଧ୍ୟ ୨ଟି ଆସନ ମିଳିବାର ଅନୁମାନ ରହିଛି। ଦିଲ୍ଲୀରେ ବିଧାନସଭାର ୭୦ଟି ଆସନ ରହିଛି। ପୋଲ୍ ଅନୁସାରେ ଯଦି ଦିଲ୍ଲୀରେ ଏବେ ଲୋକସଭା ନିର୍ବାଚନ ହୁଏ ତେବେ ସମସ୍ତ ୭ଟି ଆସନରେ ବିଜେପି ଜିତିପାରେ।

ଆପକୁ ୫୨% ଭୋଟ ମିଳିବାର ଅନୁମାନ ରହିଥିବାବେଳେ ବିଜେପିକୁ ୩୪% ଭୋଟ୍ ମିଳିପାରେ। ୨୦୧୫ନିର୍ବାଚନ ତୁଳନାରେ ଆପର ଭୋଟ ସେୟାରରେ ୨.୫ପ୍ରତିଶତ କ୍ଷତି ହୋଇଛି। ବିଜେପିକୁ ମଧ୍ୟ ୧.୭ପ୍ରତିଶତ ଭୋଟ କ୍ଷତି ହେବା ଆଶଙ୍କା ଦେଖାଯାଉଛି।

ଯଦି ଏବେ ଲୋକସଭା ନିର୍ବାଚନ ହୁଏ ତେବେ ବିଜେପିକୁ ୪୬% ଭୋଟ ମିଳିବାର ସମ୍ଭାବନା ଥିବାବେଳେ ଆପକୁ ୩୮% ଭୋଟ୍ ମିଳିପାରେ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦଯୋଗ୍ୟ ପ୍ରାର୍ଥୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.