ସୋସିଆଲ ମିଡିଆରେ ଆପ୍ ଆଗରେ, ଦଳର ଫେସବୁକ୍ ପ୍ରଚାର ଖର୍ଚ୍ଚ କଂଗ୍ରେସ, ବଜେପିଠୁ ବେଶି

Published By : Prameya-News7 Bureau | February 06, 2020 IST

ନୂଆଦିଲ୍ଲୀ୬/୨: ଦିଲ୍ଲୀ ନିର୍ବାଚନରେ ଦଳୀୟ ପ୍ରଚାର ଜୋର ଧରିଛି। ଆସନ୍ତା ଫେବୃଆରୀ ୮ ତାରିଖରେ ଭୋଟ ଗ୍ରହଣ ହେବ। ଫେବୃଆରୀ ୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସବୁ ଦଳ ପ୍ରଚାର କରି ପାରିବେ। ଦଳୀୟ ପ୍ରଚାରରେ ସବୁ ଦଳ ପାଣି ଭଳି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। ବ୍ୟାନର, ପୋଷ୍ଟର ଓ ଲାଉଡ୍ ସ୍କିପର ସମେତ ବିଭିନ୍ନ ଅଭିନବ ଢ଼ଙ୍ଗରେ ପ୍ରତ୍ୟେକ ଦଳ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆ ଟ୍ରେଣ୍ଡ ଚାଲିଛି। ତେଣୁ ଦିଲ୍ଲୀ ନିର୍ବାଚନ ପାଇଁ ସବୁ ଦଳ ସୋସିଆଲ ମିଡିଆରେ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି। ସୋସିଆଲ ମିଡିଆର ଫେସବୁକ୍‌ରେ ମଧ୍ୟ ନିର୍ବାଚନୀ ପ୍ରଚାର କରାଯାଉଛି। ଗୋଟିଏ ମାସରେ ଫେସ୍‌ବୁକରେ ପ୍ରଚାର ପାଇଁ କେଉଁ ଦଳ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି। ଆସନ୍ତୁ ସେହି ସଂପର୍କରେ ଜାଣିବା।

{"id":220987,"sizeSlug":"large"}

ଜାନୁଆରୀ ୬ ତାରିଖରେ ନିର୍ବାଚନ ତାରିଖ ଘୋଷଣ ହୋଇଥିଲା। ଜାନୁଆରୀ ୬ ତାରିଖରୁ ଡିସେମ୍ବର୬ ତାରିଖ। ମାତ୍ର ୩୦ ଦିନର ଫେସ୍‌ବୁକ ଡାଟା ଆସିଛି। ଆମ୍‌ ଆଦମୀ ପାର୍ଟି ଗତ ୩୦ ଦିନ ଭିତରେ ୪୭,୭୮,୨୦୩ ଟଙ୍କା ଖର୍ଚ୍ଚ କରି ସାରିଲାଣି। ଦଳ ପକ୍ଷରୁ ମୋଟ୍ ୫୪୬ ଆଡ୍‌ ପ୍ରମୋଟ କରାଯାଇଛି। ଯେତେ ଭୋଟ ଗ୍ରହଣ ତାରିକ ପାଖେଇ ଆସୁଛି ସୋସିଆଲ ମିଡିଆ ଫେସବୁକ୍‌ରେ ପାଣି ଭଳି ଆମ ଆଦମୀ ପାର୍ଟି ଖର୍ଚ୍ଚ କରି ଚାଲିଛି। ଏଥିସହ ଇଣ୍ଡିଆନ ପଲିଟିକାଲ ପାର୍ଟି କମିଟି(ଆଇପିଏସି) ମଧ୍ୟ ଆମ୍‌ ଆଦମୀ ପାର୍ଟିର ପ୍ରଚାର ପାଇଁ ୧୩,୪୫,୨୪୭ ଟଙ୍କା ଫେସବୁକ୍‌ରେ ଖର୍ଚ୍ଚ କରିଛି।

{"id":220989,"sizeSlug":"large"}

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜିରିଓ୍ବାଲା ଟ୍ବିଟ୍ କରି ସ୍ପଷ୍ଟ କରିଛନ୍ତି ଯେ ଆଇପିଏସି  ପାର୍ଟି ଆମ୍ ଆଦମୀ ପାର୍ଟି ସହ ମିଶି କାମ କରିଛି। ମିଳିଥିବା ସୂଚନା ଅନୁସାରେ ଫେସବୁକରେ ଆପ୍‌ ୬୧,୨୩,୪୫୦ ଟଙ୍କା ଖର୍ଚ୍ଚ କରି ସାରିଛି। ମାତ୍ର ଫେବୃଆରୀ ୫ ଓ ୬ ତାରିଖର ଡାଟା ଆସି ନାହିଁ।

{"id":220991,"sizeSlug":"large"}

ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ଫେସବୁକରେ ନିର୍ବାଚନୀ ପ୍ରଚାର  କିରିଛି। ମାତ୍ର ଫେସବୁକ୍‌ରେ ୩୦,୮୧,୮୨୯ ଟଙ୍କା ପ୍ରଚାର କାର୍ଯ୍ୟରେ ଖର୍ଚ୍ଚ କରିଛନ୍ତି।

{"id":220993,"sizeSlug":"large"}

ସେହିପରି ବିଜେପି ପ୍ରଚାର ପାଇଁ ଫେସବୁକରେ ୧୯,୫୧ ୬୭୩ ଟଙ୍କା ଖର୍ଚ୍ଚ କରିଛି।

{"id":220997,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.