ଧୃତରାଷ୍ଟ୍ରଙ୍କ ଭଳି ଆଖିରେ ପଟି ବାନ୍ଧି ବସିଛନ୍ତି ବିଜେପି ସରକାର: ସଞ୍ଜୟ ସିଂହ

Published By : Prameya-News7 Bureau | May 18, 2020 IST

ନୂଆଦିଲ୍ଲୀ: କରୋନା ଲକଡାଉନକୁ ନେଇ ମୁହଁ ଖୋଲିଛନ୍ତି ଆମଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ। ସୋମବାର ଏକ ଟ୍ୱିଟ୍‌ରେ କରୋନା ମୁକାବିଲା ଲାଗି ସରକାରଙ୍କ ଲକଡାଉନ୍‌ ନୀତିକୁ ଦୃଢ ବିରୋଧ କରିଛନ୍ତି। ଏଥିରୁ ବିଜେପି ଧନିକଙ୍କ ସ୍ୱାର୍ଥ ରକ୍ଷା କରୁଥିବା ପ୍ରମାଣିତ ହୋଇଥିବା ସିଂହ ଉଲ୍ଲେଖ କରିଥିବା ବେଳେ ଲକ୍ଷଲକ୍ଷ ଖଟିଖିଆ ଶ୍ରମିକଙ୍କ ଦୁଃଖ ଯନ୍ତ୍ରଣାକୁ ଆଖି ମୁଜି ଦେଇଥିବା ଉଲ୍ଲେଖ କରିଛନ୍ତି।

wp:html /wp:html

ଆପ ନେତା ଦେଶର ବର୍ତ୍ତମାନ ପରିସ୍ଥିତିକୁ ନେଇ ତାଙ୍କ ପୋଷ୍ଟରେ ଚିନ୍ତାବ୍ୟକ୍ତ କରିଥିବା ବେଳେ ବିଜେପି ଧୃତରାଷ୍ଟ୍ର ଭଳି ଆଖିରେ ପଟି ବାନ୍ଧି ବସିଥିବାର ଅଭିଯୋଗ କରିଛନ୍ତି। ଦେଶ ଏତେ ଭୟାବହ ପରିସ୍ଥିତିକୁ ଚାଲିଯାଇଛି ଯେ ଛୋଟଛୋଟ ଶିଶୁ ଭୋକପେଟରେ ମାଇଲ ମାଇଲ ଚାଲିବାକୁ ବାଧ୍ୟ ହେଉଥିବା କହିଛନ୍ତି ସିଂହ । ଯଦି ଗରିବଙ୍କ ସମସ୍ୟା ସରକାରଙ୍କ ଆଖିରେ ନ ପଡୁଛି ଏଥିରୁ ଏହା କେବଳ ଧନିକଙ୍କ ଲାଗି କାମ କରୁଥିବା ସଂଜୟ ସିଂହ ଅଭିଯୋଗ କରିଛନ୍ତି।

{"id":272102,"width":581,"height":383,"sizeSlug":"large"}

ଏବେ ଦେଶ ଲାଗି କରୋନା ଯେତେବଡ ସମସ୍ୟା ନୁହେଁ ତାଠୁ ବଡ ସମସ୍ୟା ହେଉଛି ଶ୍ରମିକଙ୍କ ପଳାୟନ ବୋଲି  ସିଂହ ଉଲ୍ଲେଖ କରିଛନ୍ତି। ସରକାର ବିମାନରେ ବିଦେଶକୁ ଲୋକଙ୍କୁ ଆଣୁଛନ୍ତି ହେଲେ ଦେଶରେ ଲୋକେ ପାଦରେ ଚାଲିଚାଲି ଘରକୁ ଫେରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସିଂହ। ଭାରତୀୟ ରେଳ ଗୋଟିଏ ଦିନରେ ୩୦ଲକ୍ଷ ଲୋକଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପହଞ୍ଚାଇପାରେ। ସରକାର ରେଳ ସ୍ୱଭାବିକ କରିବା ବଦଳେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ କରି ନାଟକ କରିବାର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି। ଦେଶର ଅର୍ଥ ବ୍ୟବସ୍ଥା ଏବେ ଧ୍ୱଂସ୍ତ ହୋଇସାରିଥିବାରୁ ଏବେ ଜନଜୀବନ ଧ୍ୱଂସ୍ତ ହେବାକୁ ଯାଉଥିବା ସିଂହ ସତର୍କ କରାଇ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.