Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଦିଲ୍ଲୀ ଆପ୍‌ ସାଂସଦ କହୁଛନ୍ତି ଖାଣ୍ଟି ଓଡ଼ିଆ, ଏବେ ବି ଝୁରୁଛନ୍ତି ଛେନା ପୋଡ ଓ ପଖାଳ ଭାତ- ଶୁଣନ୍ତୁ ସଞ୍ଜୟ ସିଂଙ୍କ ଓଡ଼ିଶା ଲିଙ୍କ୍‌

15/02/2020 at 4:40 PM

ନୂଆଦିଲ୍ଲୀ ୧୫।୦୨ – ଦିଲ୍ଲୀର ଆପ୍‌ ସାଂସଦ ସଞ୍ଜୟ ସିଂ । ସେ ବେଶ୍‌ ଭଲ ଓଡ଼ିଆ କହିପାରନ୍ତି । ଓଡ଼ିଆ ବୁଝି ବା ପଢିବା ନୁହେଁ ସେ ଓଡ଼ିଶାକୁ ଝୁରୁ ଥିବା କଥା କୁହନ୍ତି । ଓଡ଼ିଶାର ଛେନା ପୋଡ ଓ ପଖାଳ ଭାତକୁ ବେଶ ଭଲ ପାଆନ୍ତି । କେବଳ ସେତିକି ନୁହେଁ ଜଗନ୍ନାଥ ଦର୍ଶନ ପ୍ରତିବର୍ଷ କରୁଥିଲେ । ଏବେ ଆମ୍‌ ଆଦମୀ ପାର୍ଟିର ବିପୁଳ ବିଜୟ ପରେ ସେ ଓଡିଶା ଆସିବେ ।

ସଞ୍ଜୟ ସିଂ ୧୯୮୮-୮୯କେନ୍ଦୁଝର ଓଏସ୍‌ଏମଇରେ ପାଠ ପଢୁଥିଲେ । ସେ କଟକ,ଭୁବନେଶ୍ୱର, ସମ୍ବଲପୁର,ଝାରସୁଗୁଡା ପ୍ରାୟ ଅଧିକାଂଶ ଜିଲ୍ଲା ବୁଲି ସାରିଛନ୍ତି ।

ଛେନା ପୋଡ ଓ ପଖାଳ ଭାତକୁ ବେଶ୍‌ ଭଲ ପାଆନ୍ତି । ଦିଲ୍ଲୀରେ ସେ ଓଡ଼ିଆ କମ୍ୟୁନିଟ ସେଣ୍ଟର କରିବା ପାଇଁ ସେ ଚେଷ୍ଟା କରିବେ । ଓଡ଼ିଆ ପାଠ୍ୟକ୍ରମର କରିବା ପାଇଁ ଚେଷ୍ଟା କରିବେ ।

ମାର୍ଚ୍ଚ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଆସିବେ । ପୌର ନିର୍ବାଚନ ପାଇଁ ସେମାନେ ସେ ପ୍ରାର୍ଥୀ ଦେଇ ପାରନ୍ତି ବୋଲି ପ୍ରମେୟନ୍ୟୁଜ7ର ପ୍ରତିନିଧି ଶବନମ୍‌ଙ୍କୁ ସୂଚନା ଦେଇଛନ୍ତି ।

   Related Posts