Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଆପ୍ ନେତାଙ୍କ ଚାଞ୍ଚଲ୍ୟକର ଦାବି- ବିଜେପି ଦେଇଛି ଟଙ୍କା ଓ କ୍ୟାବିନେଟ୍ ମନ୍ତ୍ରୀ କରିବାର ଅଫର

5/12/2021 at 10:52 PM

ନୂଆଦିଲ୍ଲୀ ୦୫।୧୨: ଭାରତୀୟ ଜନତା ପାର୍ଟି(ବିଜେପି) ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଆମ୍ ଆଦମୀ ପାର୍ଟି(ଆପ୍)ର ପଞ୍ଜାବରୁ ସାଂସଦ ଭଗବନ୍ତ ମାନ। ରବିବାର ସେ ଦାବି କରିଛନ୍ତି ଯେ, ବିଜେପି ତାଙ୍କୁ ଦଳ ଅଦଳ ବଦଳ ପାଇଁ ପ୍ରଲୋଭନ ଦେଇଥିଲା। ବିଜେପିର ଜଣେ ବରିଷ୍ଠ ନେତା ତାଙ୍କୁ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ପାର୍ଟି ଅଦଳ ବଦଳ ପାଇଁ ତାଙ୍କୁ ଟଙ୍କା ଏବଂ ମୋଦୀ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଦେବାକୁ ଅଫର ଦେଇଥିଲେ ବୋଲି ମାନ କହିଛନ୍ତି। ପଞ୍ଜାବରେ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ପଞ୍ଜାବରେ ଆପ୍‌ର ନେତୃତ୍ଵ ନେଉଥିବା ମାନ କହିଛନ୍ତି, ସେ ଏମିତି ବ୍ୟକ୍ତି ନୁହନ୍ତି ଯାହାଙ୍କୁ ଅର୍ଥ, କ୍ଷମତା କିମ୍ବା ପ୍ରଲୋଭନ ଦେଖାଇ କିଣା ଯାଇ ପାରିବ। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ଏହା ମଧ୍ୟ କହିଛନ୍ତି, ବିଜେପି ପଞ୍ଜାବରେ ଆପ୍‌ର ଅନେକ ବିଧାୟକଙ୍କ ସହ ଯୋଗାଯୋଗରେ ରହିଛି। ସଙ୍ଗରୁରରୁ ଦୁଇ ଥର ସାଂସଦ ଭଗବନ୍ତ ମାନ ବିଜେପିର କୌଣସି ନେତାଙ୍କ ନାମ ନନେଇ ଏତିକି କହିଛନ୍ତି ଯେ, ଚାରି ଦିନ ପୂର୍ବେ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କୁ କୁହାଯାଇଥିଲା ଯେ, ମାନ ସାହେବ ବିଜେପିରେ ଯୋଗ ଦେବା ପାଇଁ ଆପଣ କଣ ନେବାକୁ ପସନ୍ଦ କରିବେ ? ମାନ ଏହା ମଧ୍ୟ କହିଛନ୍ତି, ବିଜେପି ନେତା ତାଙ୍କୁ ପଚାରିଛନ୍ତି ଯେ, କଣ ସେ ଟଙ୍କା ନେବାକୁ ଚାହିଁବେ।

ପଞ୍ଜାବରୁ ଆପ୍‌ର ଏକ ମାତ୍ର ସାଂସଦ ମାନ କହିଛନ୍ତି, ବିଜେପିରେ ସାମିଲ୍ ହେଲେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ପଦ ଦିଆଯିବ। ସେ କହିଛନ୍ତି, ମୁଁ ବିଜେପି ନେତାଙ୍କୁ ରୋକ୍ ଠୋକ୍ ଜଣାଇ ଦେଇଛି ଯେ, ମୁଁ ଏକ ମିଶନରେ ଅଛି କମିଶନରେ ନୁହେଁ। ଅନ୍ୟ ନେତା ଥିବେ ଯାହାଙ୍କୁ ଆପଣ କିଣି ପାରିବେ, କିନ୍ତୁ ତାଙ୍କୁ ଅର୍ଥବଳ କିମ୍ବା ଅନ୍ୟ କୌଣସି ପ୍ରଲୋଭନ ଦେଖାଇ କିଣି ପାରିବେ ନାହିଁ ବୋଲି ମାନ କହିଛନ୍ତି।

ମାନଙ୍କୁ ବିଜେପି ନେତାଙ୍କ ନାମ ବିଷୟରେ ପଚରା ଯିବାରୁ, ସମୟ ଆସିଲେ ଉକ୍ତ ନେତାଙ୍କ ନାମ ଖୁଲାସା କରିବେ ବୋଲି ସେ କହିଛନ୍ତି। ବିଜେପିର ପଞ୍ଜାବରେ କୌଣସି ଜନାଧାର ନାହିଁ। ବିଜେପି ନେତାଙ୍କୁ ଗାଁରେ ପଶିବାକୁ ଦିଆଯାଉ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପାରିତ କୃଷି ଆଇନ ବିରୋଧରେ ବିଜେପି ନେତାଙ୍କୁ କୃଷକଙ୍କ ତୀବ୍ର  ବିରୋଧର ସାମ୍ନା କରିବାକୁ ପଡୁଛି। ଯାହା ମନରେ ପଞ୍ଜାବର ଭବିଷ୍ୟତ ରହିଛି, ସେ କେବେ ବି ବିଜେପିରେ ଯୋଗ ଦେବ ନାହିଁ ବୋଲି ମାନ କହିଛନ୍ତି।

   Related Posts